ଅନଲାଇନ ଗେମ୍ ଉପରେ କର୍ଣ୍ଣାଟକରେ ଲାଗିବ ପ୍ରତିବନ୍ଧକ
Khabar Odisha:Karnataka-to-ban-online-games
କର୍ଣ୍ଣାଟକ, ନଭେମ୍ବର ୨୨ (ଖବର ଓଡ଼ିଶା):

ବର୍ତ୍ତମାନ ସମୟରେ ଇଣ୍ଟରନେଟ ରେ ଅନଲାଇନ୍ ଗେମ୍ ଖେଳିବାର ଚାହିଦା ଦିନକୁ ଦିନକୁ ବଢିବାରେ ଲାଗିଛି | ଖାସ କରି ଯୁବପିଢୀ ଓ ପିଲାମାନେ ଏତିରେ ଦିନ ରାତି ଜଡିତ ରହୁଛନ୍ତି । ଖୁବ ଶୀଘ୍ର ରାଜ୍ୟରେ ଅନଲାଇନ୍ ଖେଳ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି କର୍ଣ୍ଣାଟକ ଗୃହମନ୍ତ୍ରୀ ବାସଭରାଜ ବମ୍ମାଇ କହିଛନ୍ତି । ସେ କହିଛନ୍ତି ଯେ ଏହି ଅନଲାଇନ ଗେମ୍ କାରଣରୁ ଲୋକମାନେ ମଧ୍ୟ ଦୁନିଆ ଟଙ୍କା ହରାଉଛନ୍ତି ।

ଅନଲାଇନ୍ ଖେଳ ବିଷୟରେ ପିତାମାତା ଏବଂ ଅନ୍ୟମାନଙ୍କ ଠାରୁ ଅନେକ ଅଭିଯୋଗ ଆସିଥିବା ସେ କହିଛନ୍ତି। ଏହା ପରେ ରାଜ୍ୟରେ ଏଭଳି ଜିନିଷର ପ୍ରଚାର ପ୍ରସାର ନହେବା ପାଇଁ ଅନଲାଇନ୍ ଗେମିଂ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ବିଚାର କରାଯାଉଛି । ସେ କହିଛନ୍ତି ଯେ ଏହା ଏକ ଜୁଆ ଭଳି ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ଗୃହମନ୍ତ୍ରୀ କହିଛନ୍ତି ଯେ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ଏହା ସହ ଜଡିତ ଏବଂ ଏହା ଜୁଆ ଭଳି। ବିଭିନ୍ନ ଲୋକଙ୍କ ପରାମର୍ଶ ପରେ କର୍ଣ୍ଣାଟକରେ ଅନଲାଇନ୍ ଖେଳ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ସେ କହିଛନ୍ତି । ତେବେ କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତିକୁ ବିରୋଧୀ ଦଳ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି ଏବଂ ବିରୋଧୀଙ୍କୁ ଏହି ପ୍ରସଙ୍ଗରେ ଏକାଠି ଦେଖିବାକୁ ମିଳିଛି । କର୍ଣ୍ଣାଟକ କଂଗ୍ରେସ ନେତା ଦୀନେଶ ଗୁଣ୍ଡୁ ରାଓ ଗୃହମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏହା ମଧ୍ୟ କହିଛି ଯେ ଏହି କାରଣରୁ ଲୋକମାନେ ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କା ହରାଉଛନ୍ତି । ସେଥିପାଇଁ କର୍ଣ୍ଣାଟକରେ ଅନଲାଇନ୍ ଖେଳ ବନ୍ଦ ହେବା ଉଚିତ୍ |

  • Tags:

Subscribe

National International State Sports Entertainment