ରାଜା ରଘୁବଂଶୀ ହତ୍ୟା ମାମଲା ସାରା ଦେଶକୁ ଥରାଇ ଦେଇଛି। ୨୯ ବର୍ଷୀୟ ରାଜା ତାଙ୍କ ପତ୍ନୀ ସୋନମଙ୍କ ସହିତ ହନିମୁନ ପାଇଁ ମେଘାଳୟ ଯାଇଥିଲେ। ସେହି ସମୟରେ ତାଙ୍କର ମୃତଦେହ ସେହି ମେଘାଳୟରେ ମିଳିଥିଲା। ତାଙ୍କ ପତ୍ନୀ ସୋନମ, ତାଙ୍କ ପ୍ରେମିକ ଏବଂ ଅନ୍ୟ ଦୁଇ ଜଣ ମିଶି ରାଜାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଯାହା ସବୁଆଡେ ଏକ ଦୁଃଖମୟ ପରିବେଶ ସୃଷ୍ଟି କରିଥିଲା।
ତେବେ ବଲିଉଡ୍ ଅଭିନେତ୍ରୀ ଏବଂ ବିଜେପି ସାଂସଦ କଙ୍ଗନା ରାଣାୱତ ଏହି ଭୟଙ୍କର ଘଟଣା ଉପରେ ନିଜର ପ୍ରତିକ୍ରିୟା ଦେଇ ଏହାକୁ ନିଷ୍ଠୁର, ଘୃଣ୍ୟ ଏବଂ ସମ୍ପୂର୍ଣ୍ଣ ଅବାନ୍ତର ବୋଲି କହିଛନ୍ତି। ଇନଷ୍ଟାଗ୍ରାମ୍ ଷ୍ଟୋରୀରେ କଙ୍ଗନା ଲେଖିଛନ୍ତି ଯେ, ଏହା କେତେ ଅବାନ୍ତର କଥା ଜଣେ ମହିଳା ତାଙ୍କ ପିତାମାତାଙ୍କୁ ଭୟ କରୁଥିବାରୁ ବିବାହକୁ ମନା କରିପାରିଲେ ନାହିଁ କିନ୍ତୁ ସେ ଜଣେ କଣ୍ଟ୍ରାକ୍ଟ କିଲର ସହିତ ଏକ ହତ୍ୟାର ଯୋଜନା କରିପାରୁଛନ୍ତି। ସାତ ଜନ୍ମ ପାଇଁ ହାତ ଧରିଥିବା ସାଥୀକୁ କେମିତି ଜୀବନରୁ ମାରିଦେଉଛନ୍ତି। ତେବେ ଦେଖିବାକୁ ଗଲେ ଏହିପରି ଘଟଣା ବାରମ୍ବାର ଘଟୁଛି। ଏହି ହତ୍ୟାକାରୀମାନଙ୍କୁ ଶକ୍ତରୁ ଶକ୍ତ ଦଣ୍ଡ ଦିଆଯାଉ ଯେପରି ଆଉ କେହି ବି ଏପରି ଅମାନବୀୟ ଘଟଣା ଘଟାଇବ ନାହିଁ।