ଭାରତ ମହାସାଗରରେ ଚୀନ ଓ ପାକିସ୍ତାନର ବଢୁଥିବା ଗତିବିଧି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ଉଭୟ ଦେଶର ମୁକାବିଲା କରିବା ପାଇଁ ଭାରତୀୟ ସେନା ୫୦୦ କିଲୋମିଟର ଦୂରତା ବିଶିଷ୍ଟ ବୁଡ଼ାଜାହାଜ-ଉତକ୍ଷେପଣ କ୍ରୁଜ୍ କ୍ଷେପଣାସ୍ତ୍ର (ଏସ୍ଏଲସିଏମ୍)ର ପରୀକ୍ଷଣ କରିବାକୁ ଯାଉଛି । ଆକାଶ ଓ ସ୍ଥଳ ସହିତ ସମୁଦ୍ରରେ ଚୀନ ଓ ପାକିସ୍ତାନର ଯୋଜନାକୁ ପରାସ୍ତ କରିବା ପାଇଁ ଭାରତ ନିଜର ଶକ୍ତି ବଢ଼ାଉଛି ।
ଫେବ୍ରୁଆରି ୧୬ ରେ ଭାରତୀୟ ନୌସେନା ଘୋଷଣା କରିଥିଲା ଯେ ସେମାନେ ଖୁବ୍ ଶୀଘ୍ର ୫୦୦ କିଲୋମିଟର ଦୂରତା ବିଶିଷ୍ଟ ବୁଡ଼ାଜାହାଜ ଉତ୍କ୍ଷେପିତ କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିବେ । ବର୍ଷେ ତଳେ ଫେବ୍ରୁଆରିରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା, ଯେତେବେଳେ ଏହା ୪୦୨ କିଲୋମିଟର ଦୂରତା ହାସଲ କରିଥିଲା । ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ପ୍ରୋଜେକ୍ଟ ୭୫ଆଇ ଅଧୀନରେ ବୁଡ଼ାଜାହାଜରେ ମୁତୟନ କରାଯିବ ।
ଅଧିକ ପଢନ୍ତୁ : BPNSI ର ଶିଳ୍ପ ପ୍ରଶିକ୍ଷଣ ଶିବିର