ଆଜି ସୁପର୍-୪ର ଶେଷ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ଯଦିଓ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଦୁଇ ଦଳ ମୁକାବିଲା ଜିତିବାକୁ ପ୍ରୟାସ କରିବ। ସେପଟେ ସୁପର୍-୪ରେ ୨ଟି ଯାକ ମ୍ୟାଚ୍ ହାରିଥିବା ବାଂଲାଦେଶ ବିଶ୍ୱକପ୍ ପୂର୍ବରୁ ନିଜର ସାମର୍ଥ୍ୟ ପରୀକ୍ଷା କରିବାକୁ ମଇଦାନକୁ ଓହ୍ଲାଇବ । ବିଶ୍ୱକପ ପାଇଁ ଏମାନେ ଦଳର ପ୍ରମୁଖ ଅସ୍ତ୍ର ତେଣୁ ଏସିଆ କପ୍ ସମୟରେ ସାମାନ୍ୟତମ ଆହତ ଭାରତୀୟ ଦଳକୁ ମହଙ୍ଗା ପଡ଼ିପାରେ ।
ସୂଚନା ଅନୁସାରେ, ସୁପର-୪ରେ ଦୁଇଟିଯାକ ମ୍ୟାଚ୍ ଜିତି ଭାରତ ପ୍ରଥମ ଦଳ ଭାବେ ଫାଇନାଲ୍ରେ ସ୍ଥାନ ପକ୍କା କରିସାରିଛି । ତେଣୁ କିଛି ପ୍ରମୁଖ ଖେଳାଳିଙ୍କୁ ଫାଇନାଲ୍ ପର୍ଯ୍ୟନ୍ତ ଫିଟ୍ ରହିବାକୁ ବିଶ୍ରାମ ଦିଆଯାଇପାରେ। ପୂର୍ବରୁ ପାକିସ୍ତାନ ଓ ନେପାଳ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଶ୍ରେୟସ ଖେଳିଥିଲେ କିନ୍ତୁ ତାଙ୍କ ପିଠିରେ ଯନ୍ତ୍ରଣା ହେବାରୁ ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲ ଦଳରେ ସୁଯୋଗ ପାଇଥିଲ। ବୁମ୍ରା ମଧ୍ୟ ଆହତରୁ ଫେରିବା ପରେ ଭଲ ପ୍ରଦର୍ଶନ ଦେଇଆସୁଛନ୍ତି କିନ୍ତୁ ଶ୍ରୀଲଙ୍କା ବିପକ୍ଷରେ ବୋଲିଂ କରୁଥିବା ବେଳେ ରନ୍ ଅପ୍ରେ ତାଙ୍କ ଗୋଇଠି ସାମାନ୍ୟ ମୋଡ଼ି ହୋଇଯାଇଥିଲା। ଯଦିଓ ଏହାପରେ ସେ ଓଭର ଶେଷ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଡ୍ରେସିଂ ରୁମ୍ ଫେରିଯାଇଥିଲେ। ଗୁରୁବାର ୩୩ତମ ଜନ୍ମଦିନ ପାଳିଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅଭ୍ୟାସରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି ମ୍ୟାଚ୍ ପୂର୍ବରୁ ପିଚ୍ର ସ୍ଥିତି କିପରି ରହୁଛି ଓ ପାଣିପାଗ କ’ଣ ରହିବ ତାହାକୁ ନଜରରେ ରଖି ରୋହିତ ଚୂଡ଼ାନ୍ତ ଦଳ ବାଛିବେ। ଅପରପକ୍ଷେ ବାଂଲାଦେଶ ପ୍ରଥମ ଦୁଇ ମ୍ୟାଚ୍ରେ ପରାଜିତ ହୋଇ ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିସାରିଛି ।
ଅଧିକ ପଢନ୍ତୁ ; ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ