ଲଗାଣ ବର୍ଷାରେ ବେହାଲ ସାରା ଓଡିଶା। ଲଘୁଚାପ ପରେ ସାରା ରାଜ୍ୟରେ ବର୍ଷାର ବିସ୍ତୃତି ବଢିଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ରେକର୍ଡ ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା। ଆଜିଠୁ କମିବ ବର୍ଷା ପରିମାଣ। ପୁଣି ୧୮ ତାରିଖରୁ ବଢିବ ବର୍ଷାର ବିସ୍ତୃତି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ସୂଚନା ମୁତାବକ, ଲଘୁଚାପ ବର୍ଷାରେ ବେହାଲ ସାରା ରାଜ୍ୟ। ଲଘୁଚାପ ବର୍ଷାରେ କୋରାପୁଟ, ମାଳକାନଗିରି, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଆଦି ୫ ଜିଲ୍ଲାର ୨୧ଟି ବ୍ଳକ ପ୍ରଭାବିତ ହୋଇଛି। କୋରାପୁଟ ଜିଲ୍ଲାର ସର୍ବାଧିକ ୮ ବ୍ଳକ ରହିଥିବାବେଳେ କଳାହାଣ୍ଡିରୁ ୬ଟି ବ୍ଲକ ରହିଛି। ୨୧ଟି ବ୍ଲକରେ ୩୯ଟି ପଂଚାୟତର ୧୫୫ ଗାଁ ବର୍ଷାରେ ପ୍ରଭାବିତ ହୋଇଛି। ବର୍ଷା ଦ୍ୱାରା ୧୧ ହଜାର ୨୬୬ ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ ୧୫୨ଟି ଘର ଭାଙ୍ଗିଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁ ବଂଶଧାରା ଫୁଲି ବିପଦ ସଙ୍କେତ ଟପିଛି।
ଅଧିକ ପଢ଼ନ୍ତୁ : ହୀରାକୁଦର ଜଳସ୍ତର ବୃଦ୍ଧି ପାଉଥିବାରୁ ୧୪ଟି ଗେଟ୍ ଖୋଲାଯାଇଛି