ପ୍ରଥମ ପର୍ଯ୍ୟାୟରେ ଏକ କୋଟି ଲୋକଙ୍କୁ ମିଳିବ କରୋନା ଟୀକା, ସରକାର ପ୍ରସ୍ତୁତ କଲେ ଲିଷ୍ଟ
Khabar Odisha:In-the-first-phase-these-1-crore-people-will-get-Corona-Vaccine-the-government-has-prepared-the-list
ନୂଆଦିଲ୍ଲୀ, ନଭେମ୍ବର ୨୪ (ଖବର ଓଡ଼ିଶା):

ଯେତେବେଳେ ଭାରତରେ COVID-19 ଟିକା ଉପଲବ୍ଧ ହେବ, ସବୁଠାରୁ ପ୍ରଥମେ ଏହି ଟୀକା ଦେଶର ଏକ କୋଟି ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ପ୍ରୟୋଗ ହେବେ | ଏଥିପାଇଁ ଦେଶର 92 ପ୍ରତିଶତ ସରକାରୀ ଡାକ୍ତରଖାନା ଏବଂ 55 ପ୍ରତିଶତ ଘରୋଇ ଡାକ୍ତରଖାନା ତଥ୍ୟ ପ୍ରଦାନ କରୁଛନ୍ତି । ପ୍ରାଥମିକତା ଭିତ୍ତିରେ ଏକ କୋଟି ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଭାରତରେ ପାଞ୍ଚଟି ଟିକା ଉପରେ କାର୍ଯ୍ୟ ଚାଲିଛି, ସେଥିମଧ୍ୟରୁ ଚାରିଟି ଟୀକାର ଦ୍ୱିତୀୟ କିମ୍ୱା ତୃତୀୟ ଏବଂ ଗୋଟିଏ ଟୀକାର ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷା ଚାଲିଛି।

ଡାକ୍ତର, ଏମବିବିଏସ୍ ଛାତ୍ର, ନର୍ସ ଏବଂ ଆଶା କର୍ମଚାରୀ ଇତ୍ୟାଦି ଅଗ୍ରଣୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସମସ୍ତ ରାଜ୍ୟମାନଙ୍କୁ କୁହାଯାଇଛି ଯାହା ଦ୍ୱାରା ଏହି ପ୍ରକ୍ରିୟା ଏକ ସପ୍ତାହ ମଧ୍ୟରେ ଶେଷ ହୋଇପାରିବ ।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ 92 ପ୍ରତିଶତ ସରକାରୀ ଡାକ୍ତରଖାନା ଏବଂ 55 ପ୍ରତିଶତ ଘରୋଇ ଡାକ୍ତରଖାନା ନିଜ ନିଜ ତଥ୍ୟ ପ୍ରଦାନ କରିସାରିଲେଣି । ଆସନ୍ତା ସପ୍ତାହ ସୁଦ୍ଧା ବାକି ଥିବା ଅନ୍ୟ ସୂଚନା ଗୁଡିକ ବି ମିଳିଯିବ ବୋଲି ଜଣାପଡିଛି | ଏହି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଏହାକୁ ତୁରନ୍ତ ଶେଷ କରିବା ପାଇଁ ଆମେ ସମସ୍ତ ରାଜ୍ୟକୁ କହିଥିବା ନେଇ ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସହାୟତାରେ କେନ୍ଦ୍ର ପ୍ରାଥମିକ ହିତାଧିକାରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛି, ଯେଉଁମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଟୀକାକରଣ କରାଯିବ ।

  • Tags:

Subscribe

National International State Sports Entertainment