ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି କେବଳ ପଡ଼ିଆରେ ନୁହେଁ, ବରଂ ସୋସିଆଲ ମିଡିଆରେ ମଧ୍ୟ ଜଣେ ସୁପରଷ୍ଟାର। ଇନଷ୍ଟାଗ୍ରାମରେ ୨୭୩ ମିଲିୟନରୁ ଅଧିକ ଫଲୋଅର୍ସ ଥିବା ବିରାଟଙ୍କ ପ୍ରତିଟି ପଦକ୍ଷେପ ଉପରେ ପ୍ରଶଂସକଙ୍କ ନଜର ଥାଏ। ତେବେ ନିକଟରେ ଜଣେ ଜର୍ମାନ ମଡେଲ ବିରାଟଙ୍କୁ ନେଇ ଏମିତି ଏକ ଖୁଲାସା କରିଛନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
କ’ଣ ଥିଲା ପୁରା ଘଟଣା ?
ଚଳିତ ବର୍ଷ ଆରମ୍ଭରେ ଜର୍ମାନୀର ଜଣେ ଜଣାଶୁଣା ମଡେଲ ଲିଜଲାଜ୍ ଙ୍କର ଏକ ଇନଷ୍ଟାଗ୍ରାମ ଫଟୋକୁ ବିରାଟ କୋହଲି ଲାଇକ୍ କରିଥିଲେ। ଜଣେ ବିଶ୍ୱସ୍ତରୀୟ କ୍ରିକେଟର ଏହି ଫଟୋ ଲାଇକ୍ କରିବା ପରେ ରାତାରାତି ଏହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଏହି ଘଟଣାର ଆଢୁଆଳରେ ବିରାଟଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିବା କଥା ଏବେ ସାମ୍ନାକୁ ଆସିଛି।
ବଦନାମ କରିବାକୁ ମିଳିଥିଲା ଟଙ୍କାର ଅଫର
ସମ୍ପ୍ରତି ଏକ ସାକ୍ଷାତକାରରେ ଲିଜଲାଜ୍ କହିଛନ୍ତି ଯେ, ବିରାଟ ତାଙ୍କ ଫଟୋ ଲାଇକ୍ କରିବା ପରେ ଭାରତର କିଛି ଗଣମାଧ୍ୟମ ସଂସ୍ଥା ତାଙ୍କ ସହ ଯୋଗାଯୋଗ କରିଥିଲେ। ବିରାଟଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେବା ଏବଂ ତାଙ୍କୁ ବଦନାମ କରିବା ପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ଯାଚିଥିଲେ। ତାଙ୍କୁ ନେଗେଟିଭ୍ ପବ୍ଲିସିଟି କରିବାକୁ କୁହାଯାଇଥିଲା।
ହେଲେ ମୁଁ ସେହି ଅଫରକୁ ସଙ୍ଗେ ସଙ୍ଗେ ପ୍ରତ୍ୟାଖ୍ୟାନ କରିଦେଲି। ବିରାଟ ମୋର ପ୍ରିୟ କ୍ରିକେଟର ଏବଂ ମୁଁ କେବେ ବି ତାଙ୍କ ବିରୋଧରେ କିଛି କହିପାରିବି ନାହିଁ। ଯେତେବେଳେ ସେ ମୋର ରିଲ୍ ଲାଇକ୍ କରିଥିଲେ, ମୁଁ ବହୁତ ଖୁସି ଏବଂ ଆଶ୍ଚର୍ଯ୍ୟ ହୋଇଯାଇଥିଲି ବୋଲି ଲିଜଲାଜ୍ କହିଛନ୍ତି।
ଏସିଆର ‘ମେସି-ରୋନାଲଡୋ’ ହେଉଛନ୍ତି ବିରାଟ
ଏହି ମଡେଲ ଜଣକ ବିରାଟଙ୍କ ଲୋକପ୍ରିୟତାକୁ ଫୁଟବଲ ଦୁନିଆର ଦୁଇ ମହାନ ଖେଳାଳି ଲିଓନେଲ ମେସି ଏବଂ କ୍ରିଷ୍ଟିଆନୋ ରୋନାଲଡୋଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ, ଯେମିତି ମେସି ଓ ରୋନାଲଡୋଙ୍କର ବିଶ୍ୱବ୍ୟାପୀ କ୍ରେଜ୍ ରହିଛି, ବିରାଟ ହେଉଛନ୍ତି ‘ଏସିଆର ମେସି ଏବଂ ରୋନାଲଡୋ’। ତାଙ୍କ ଜୀବନର ଏକ ଛୋଟିଆ ଘଟଣା ମଧ୍ୟ ଦୁନିଆ ପାଇଁ ହେଡଲାଇନ୍ ପାଲଟିଯାଏ।