ବିଷାକ୍ତ ନିଆଁରେ ପୂରା ଧୂଆଁମୟ ଦିଲ୍ଲୀ । ରାଷ୍ଟ୍ରିୟ ରାଜଧାନୀ ଦିଲ୍ଲୀର ଆକାଶ ପୂରା ଧୂଆଁ ମୟ । ତେବେ ଏହି ଭୀଷଣ ନିଆଁ ଗାଜିପୁର ଡମ୍ପିଂୟାଡରେ ଲାଗିଛି । ଭୟଙ୍ଗର ଅଗ୍ନିକାଣ୍ତରେ ପୂରା ଅଞ୍ଚଳ ପୂରା ଧୂଆଁମୟ । ଏହି ନିଆଁକୁ ଆୟତ୍ତ କରିବାକୁ 10ଟି ଦମକଳ ବାହିନୀ ଲାଗିଛନ୍ତି । ଏହି ନିଆଁଟି ରବିବାର ଦିନ ଲାଗି ତାହା ରାତିରେ ଉଗ୍ର ରୂପ ଧାରଣ କରିଛି । ସେଥିରୁ ବାହାରୁଥିବା ବିଷାକ୍ତ ଧୂଆଁ ଦିଲ୍ଲୀ ବାୟୁମଣ୍ତଳରେ ମିଶି ବିଷାକ୍ତ ହେଉଛି । ଏହି ବିଷାକ୍ତ ଗ୍ୟାସ ଫଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଖରାପ ହେବାରୁ ଲୋକଙ୍କୁ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେଉଛି । ୨୦୧୯ରେ ଡମ୍ପିଂ ୟାଡର ଉଚ୍ଚତା ୬୫ ମିଟର ଥିଲା, ଯାହା କୁତବ ମିନାର ଠାରୁ ମାତ୍ର ୮ ମିଟର କମ୍ । ସୂଚସୂ ଅନୁଯାୟୀ, ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳର ଆବର୍ଜନ ଏକ ବଡ଼ ଭାଗ ଗାଜିପୁର ଡମ୍ପିଂୟାଡରେ ପଡ଼ୁଛି । ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ସେଠା ନିଆଁ ଲାଗିଛି । ଯାହାଦ୍ବାରା ପୂରା ଅଞ୍ଚଳ ଧୂଆଁଧୂଆଁ ହୋଇଛି।
ଅଧିକା ପଢନ୍ତୁ: ଡିଭାଇଡରରେ ପିଟିହେଲା କାର : ୫ ମୃତ