ଦ୍ରୁତ ଗତିରେ ବଢୁଛି H3N2 ଭାଇରସ
Khabar Odisha:H3N2-virus-is-increasing
Khabar Odisha:24/03/2023

ଚିନ୍ତା ବଢ଼ାଇଲାଣି H3N2 ଭାଇରସ। ଦିନକୁ ଦିନ କୋଭିଡ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି | ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ମାର୍ଚ୍ଚ ୨୭ ତାରିଖରେ ସମସ୍ତ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବେ। ଦେଶରେ ଦ୍ରୁତ ଗତିରେ ବଢୁଛି  H3N2 ଭାଇରସ |  ଯାହାକୁ ନେଇ ଗତ ବୁଧବାର ଦିନ ପ୍ରଧାନମନ୍ତ୍ରୀ କୋଭିଡ ସ୍ଥିତି ସମୀକ୍ଷା କରିଥିଲେ । ଆସନ୍ତା ସୋମବାର ଦିନ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସହ କୋଭିଡ ସ୍ଥିତି ନେଇ ସମୀକ୍ଷା କରିବେ । କୋଭିଡକୁ ନେଇ  କୌଣସି ନିର୍ଦ୍ଦେଶବଳୀ ଆସିଲେ ତାକୁ ପୁଣି କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି । ବର୍ତ୍ତମାନ ରାଜ୍ୟରେ ସେଭଳି କିଛି ଉଦବେଗଜନକ ସ୍ଥିତି ହୋଇନାହିଁ । ଏହାକୁ ନେଇ ସର୍ଭେଲାନ୍ସ, ଟ୍ରାକିଂ, ଟେଷ୍ଟିଂ ଚାଲିଛି । ସବୁ ଡାକ୍ତରଖାନାରେ ଆଇସୋଲେସନ, ଆଇସିୟୁ ବେଡ୍ ମହଜୁଦ ରହିଛି ଏବଂ ରୋଗୀ ଆସିଲେ କୌଣସି ଅସୁବିଧା ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । କରୋନା ପରେ ଦେଶରେ ଆତଙ୍କ ମଚାଇଛି H3N2 ଭାଇରସ୍ । କର୍ଣ୍ଣାଟକ ହରିଆଣାରେ ୨ଜଣଙ୍କ ମୃତ୍ୟୁ ହେବ ପରେ ଦେଶବ୍ୟାପି H3N2 ମାମଲା ଚିହ୍ନଟ ହେଲାଣି । ଓଡିଶାରେ ବର୍ତମାନ ୫୯ ଜଣ କୋଭିଡ ସଂକ୍ରମିତ ହୋଇଥିବା ଆର.ସି.ଏମ.ଆର ପକ୍ଷରୁ ସୂଚନା ମିଳିଛି | 

Subscribe

National International State Sports Entertainment