ରୋହତକ: ରକ୍ଷାବନ୍ଧନ ପୂର୍ବରୁ ଡେରା ମୁଖ୍ୟ ରାମ ରହିମଙ୍କୁ ପୁଣି ଥରେ ହରିୟାଣା ସରକାର ୪୦ ଦିନର ପାରୋଲ ପ୍ରଦାନ କରିଛନ୍ତି। ଏହି କାରଣରୁ ରାମ ରହିମ ଅଗଷ୍ଟ ୫ ତାରିରେ ସକାଳ ସାଢ଼େ ୬ଟାରେ ରୋହତକର ସୁନାରିଆ ଜେଲ୍ରୁ ତାଙ୍କ ଗାଡ଼ି ସହିତ ସିରସା ଡେରା ଅଭିମୁଖେ ବାହାରିଛନ୍ତି। ରାମ ରହିମଙ୍କ ପାଇଁ ଜେଲରୁ ବାହାରକୁ ଆସିବା କୌଣସି ନୂଆ କଥା ନୁହେଁ। ପୂର୍ବରୁ ଡେରା ମୁଖ୍ୟ ରାମ ରହିମଙ୍କୁ ଏପ୍ରିଲରେ ୨୧ ଦିନର ପାରୋଲ ମିଳିଥିଲା। ଗତ ଏପ୍ରିଲ ୨୯ରେ ଡେରା ସଚ୍ଚା ସୌଦାର ପ୍ରତିଷ୍ଠା ଦିବସ ଥିଲା।
କେବଳ ଏତିକି ନୁହେଁ, ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ସିଂହ ରାମ ରହିମଙ୍କୁ ଦିଲ୍ଲୀ ନିର୍ବାଚନ ପୂର୍ବରୁ ଫେବୃଆରୀରେ ମଧ୍ୟ ପାରୋଲ ଦିଆଯାଇଥିଲା। ସେହି ସମୟ ମଧ୍ୟରେ ରାମ ରହିମଙ୍କୁ ୩୦ ଦିନର ପାରୋଲ ମିଳିଥିଲା। ପାରୋଲ ପାଇବା ପରେ ରାମ ରହିମ ଡେରାକୁ ଆସି ସିଧା ସେହି ଆଶ୍ରମକୁ ଯାଇଥିଲେ। ଡେରାର ଦୁଇ ସାଧ୍ୱୀଙ୍କ ଯୌନ ଶୋଷଣ ମାମଲାରେ ପଞ୍ଚକୁଲାର ସିବିଆଇ କୋର୍ଟ ଅଗଷ୍ଟ ୨୦୧୭ରେ ଡେରା ମୁଖ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲଦଣ୍ଡ ଏବଂ ୩୦ ଲକ୍ଷ ୨୦ହଜାର ଟଙ୍କା ଜରିମାନା ମଧ୍ୟ କରିଥିଲେ। ଏହି ମାମଲାରେ ଛଅ ବର୍ଷ ପରେ ସିବିଆଇ ପୀଡିତାଙ୍କ ବୟାନ ରେକର୍ଡ କରିଥିଲା। ସିବିଆଇ କହିଛି ଯେ ଯୌନ ଶୋଷଣ ୧୯୯୯ ମସିହାରେ ଘଟିଥିଲା କିନ୍ତୁ ବୟାନ ୨୦୦୫ ମସିହାରେ ରେକର୍ଡ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ୫୦ରୁ ଅଧିକ ଜିଲ୍ଲାକୁ ବର୍ଷା ଏବଂ ବଜ୍ରପାତ ସତର୍କ ସୂଚନା ଜାରି