ଡ୍ରଗ୍ସ ମାମଲାରେ ଜେଲରେ ଥିବା ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲାନି ବେଲ୍, ଅକ୍ଟୋବର 6 ତାରିଖ ପର୍ଯ୍ୟନ୍ତ ରହିବେ ଜେଲରେ
Khabar Odisha:Great-shock-to-Rhea-Chakraborty-judicial-custody-extended-until-6-October
ମୁମ୍ୱାଇ, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା):

ଡ୍ରଗ୍ସ ମାମଲାରେ କୋର୍ଟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଥରେ ଝଟକା ଦେଲେ କୋର୍ଟ । ମାମଲାର ଶୁଣାଣି କରୁଥିବା ସେସନ୍ସ କୋର୍ଟ ତାଙ୍କର ବିଚାର ବିଭାଗୀୟ ହାଜତ ସମୟକୁ 6 ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯଦି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ହାଇକୋର୍ଟ ଅର୍ଥାତ୍ ବମ୍ବେ ହାଇକୋର୍ଟରୁ ଜାମିନ ନ ମିଳେ ତେବେ ବର୍ତ୍ତମାନ ତାଙ୍କୁ 6 ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ | ରିୟାଙ୍କ ସହ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଏଥିରୁ ମୁକ୍ତି ପାଇ ନାହାଁନ୍ତି ।

ଡ୍ରଗ୍ କେଳେଙ୍କାରୀ ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ମଧ୍ୟ ସେଶନ୍ସ କୋର୍ଟରୁ ଏକ ଝଟକା ଲାଗିଛି । ରିୟା, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସେଶନ୍ସ କୋର୍ଟ ଖାରଜ କରିଦେଇଛନ୍ତି। ରିୟାଙ୍କ ଜାମିନ ଆବେଦନକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବିରୋଧ କରିଥିଲା । ରିୟା ଜାମିନ ପାଇଲେ ସେ ତଦନ୍ତ ଉପରେ ପ୍ରଭାବ ପକାଇ ପାରିବେ ବୋଲି ଏନସିବି କୋର୍ଟଙ୍କୁ ଅବଗତ କରାଇଥିଲା । ରିୟାଙ୍କ ଓକିଲମାନେ ବିଭିନ୍ନ ଯୁକ୍ତି ଉପସ୍ଥାପନ କରିଥିଲେ ମଧ୍ୟ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ କାହିଁକି ଜାମିନ ପ୍ରଦାନ କରାଯିବ ସେ ନେଇ କିଛି ଠୋସ୍ ପ୍ରମାଣ କୋର୍ଟରେ ଉପସ୍ଥିତ କରିପାରିନଥିଲେ ।

  • Tags:

Subscribe

National International State Sports Entertainment