ନୂଆ ବର୍ଷକୁ ନେଇ ଏବେ ସବୁଠି ଉତ୍ସାହର ମାହୋଲ । କ୍ୟାଲେଣ୍ଡର ବଦଳିବା ସହ ଦେଶରେ ବଦଳିଛି କିଛି ନିୟମ । ଦେଶରେ ନୂଆବର୍ଷରେ ଲାଗୁ ହୋଇଛି ନୂଆ ନିୟମ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ନିୟମ ପରିବର୍ତ୍ତନ ହୋଇଛି
ପ୍ରତି ମାସର ୧ ତାରିଖରେ ଦେଶରେ ଏଲପିଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ନୂଆବର୍ଷରେ କମର୍ସିଆଲ ସିଲିଣ୍ଡର ଦର କମ ହୋଇଛି । କମର୍ସିଆଲ ସିଲିଣ୍ଡରର ଦର ଲଗାତାର ପରିବର୍ତ୍ତନ ହେଉଥିବା ବେଳେ ଘରୋଇ ସିଲିଣ୍ଡରର ଦରରେ ଦୀର୍ଘ ମାସ ହେବ ପରିବର୍ତ୍ତନ ହୋଇନି ।
ସେହିପରି ୧ ଜାନୁଆରୀରୁ ପେନସନଧାରୀଙ୍କ ପାଇଁ ଇପିଏଫ୍ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ନୂଆ ନିୟମରେ ପେନସନଧାରୀ କୌଣସି ବି ବ୍ୟାଙ୍କରୁ ପେନସନ ଉଠାଇପାରିବେ, ଏଥିପାଇଁ ଅଧିକ ଯାଞ୍ଚର ଆବଶ୍ୟକତା ପଡିବନି । ନୂଆବର୍ଷ ୨୦୨୫ ଚାଷୀଙ୍କ ପାଇଁ ଆଣିଛି ନୂଆ ସୁବିଧା । ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ମିଳିବ । ପୂର୍ବରୁ ଏନେଇ ଘୋଷଣା କରିଥିଲା ଆରବିଆଇ ।
ନୂଆବର୍ଷରୁ କାର କିଣିବା ମହଙ୍ଗା ହେବ, ଅନେକ ନାମୀ କମ୍ପାନୀ କାର ଦାମ ୨ରୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ସେହିପରି ୧ ଜାନୁଆରୀରୁ ପୂରା ଦେଶରେ ବିଏସ-୭ ନିୟମ ଲାଗୁ କରାଯିବ ।