ଚପଲ କାରଖାନାରେ ଅଗ୍ନିକାଣ୍ଡ । ଶୋଇଥିବା ଅବସ୍ଥାରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ୨ ଜଣ ଶ୍ରମିକ । ସୂଚନା ଅନୁସାରେ , ଗତକାଲି ଦୀପାବଳି ରାତ୍ରିରେ ବିହାରର ପାଟନାରେ ଏକ ଚପଲ କାରଖାନାରେ ଅଗ୍ନିକାଣ୍ଡ ଘଟିଛି ।
ଫଳରେ କାରଖାନାର ପ୍ରଥମ ମହଲାର କୋଠରୀରେ ଶୋଇଥିବା ଅବସ୍ଥାରେ ଦୁଇ ଜଣ ଶ୍ରମିକ ଜଳି ଯାଇଛନ୍ତି । ମୃତ ଶ୍ରମିକମାନେ ହେଲେ ଜମୁଇ ନିବାସୀ ମୁକେଶ ଦାସ ଓ ମହାଦେବ ଦାସ । ଅଗ୍ନିକାଣ୍ଡର ଖବର ଶୁଣିବା ପରେ ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳ କୁ ବହୁତ ବିଳମ୍ବ ହୋଇସାରିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚିଥିଲା । ବହୁ ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ , ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ନିଆଁ କେଉଁ କାରଣ ପାଇଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଆଗକୁ ପଢନ୍ତୁ :-ପାକିସ୍ଥାନ ଜେଲ୍ରୁ ମୁକୁଳିଲେ ୮୦ ମତ୍ସ୍ୟଜୀବୀ