ଅନ୍ଧାରକୁ ଆଲୋକିତ କରିଥାଏ ଆଲୋକର ପର୍ବ ଦୀପାବଳି । ଏହି ଆଲୋକର ପର୍ବ ଗୁଜୁରାଟର ସୋମନାଥ ଜିଲ୍ଲାର ଦଶହଜାର ପରିବାର ପାଇଁ ଶୁଭଫଳ ଏବଂ ଅଦ୍ୱିତୀୟ ଆନନ୍ଦ ଆଣି ଦେଇଛି । ପାକିସ୍ତାନୀ ଜେଲ୍ରୁ ମୁକ୍ତ ହୋଇ ୮୦ ଜଣ ମତ୍ସ୍ୟଜୀବୀ ଘରକୁ ଫେରି ଦୀପାବଳି ଉତ୍ସବକୁ ନିଜ ପରିବାର ସହିତ ମିଶି ଆନନ୍ଦରସହ ପାଳନ କରିଛନ୍ତି । ଦୀର୍ଘ ୩ ବର୍ଷ ପରେ ଜେଲ୍ରୁ ଫେରିଛନ୍ତି ମତ୍ସ୍ୟଜୀବୀମାନେ । ଏହି ତାଙ୍କର ଏହି ଫେରିବା ଖବରରେ ସମସ୍ତ ପରିବାରରେ ଖୁସିର ଉଲ୍ଲାସ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ପାକିସ୍ତାନର କରାଚିରେ ଥିବା ଏକ ଜେଲରୁ ମୁକ୍ତ ହୋଇଥିବା ମତ୍ସ୍ୟଜୀବୀମାନେ ରବିବାର ଦିନ ଟ୍ରେନ୍ ଯୋଗେ ଗୁଜୁରାଟର ଭଦୋଦରା ଠାରେ ପହଞ୍ଚିଥିଲେ ଏବଂ ସେଠାରୁ ବସ୍ ଯୋଗେ ରାଜ୍ୟର ଗିର୍ ସୋମନାଥ ଜିଲ୍ଲାର ଭେରାଭାଲକୁ ନିଆଯାଇଥିଲା। ତେବେ ଗୁରୁବାର ଦିନ ପାକିସ୍ତାନୀ କର୍ତ୍ତୃପକ୍ଷ ମତ୍ସ୍ୟଜୀବୀଙ୍କୁ ପ୍ରାୟ ତିନି ବର୍ଷ ପରେ ମୁକ୍ତ କରିଥିଲେ । ପରଦିନ ପଞ୍ଜାବର ଅଟାରି-ୱାଗା ସୀମାରେ ଗୁଜୁରାଟ ମତ୍ସ୍ୟ ବିଭାଗର ଏକ ଦଳକୁ ହସ୍ତାନ୍ତର କରାଯାଇଥିଲା ।
ସାମୁଦ୍ରିକ ସୀମା ଉଲ୍ଲଂଘନ କରି ଜଳରେ ମାଛ ଧରିବା ଅଭିଯୋଗରେ ୨୦୨୦ ମସିହାରେ ପାକିସ୍ତାନର ସାମୁଦ୍ରିକ ବାହିନୀ ଦ୍ୱାରା ଧରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା । ତେବେ ବେଆଇନ ବିଦେଶୀ ପ୍ରବାସୀ ତଥା ନାଗରିକମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଇସଲାମାବାଦ ଦ୍ୱାରା ସେମାନଙ୍କୁ ଗୁରୁବାର ଦିନ ମୁକ୍ତ କରାଯାଇଥିଲା। ଏହା ପୂର୍ବରୁ ଚଳିତ ବର୍ଷ ମେ ଏବଂ ଜୁନ୍ ମାସରେ ପାକିସ୍ତାନରୁ ୪୦୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଥିଲାବେଳେ ଦୀପାବଳି ପୂର୍ବରୁ ୮୦ ଜଣ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯାଇଛି । ଏହିପାଇଁ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି।
ଅଧିକ ପଢନ୍ତୁ :ରୋଗୀଙ୍କ ଦେହରେ ନକଲି ପେସ୍ମେକର ଲଗାଇ ଗିରଫ ହେଲେ ଡାକ୍ତର