ରୋଗୀଙ୍କ ଦେହରେ ନକଲି ପେସ୍ମେକର ଲଗାଇ ଗିରଫ ହେଲେ ଡାକ୍ତର । ଲୋକମାଙ୍କର ଜୀବନ ରକ୍ଷା କରିଥାନ୍ତି ଡାକ୍ତର । ସେଥିପାଇଁ ତାଙ୍କୁ ଭଗବାନ ସଦୃଶ ମାନିଥାନ୍ତି । କିନ୍ତୁ ଜଣେ ଡାକ୍ତର ରୋଗୀଙ୍କ ଦେହରେ ନିମ୍ନମାନର ପେସ୍ମେକର ଲଗାଇବା ଏବଂ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟଠାରୁ ଦୁଇଗୁଣ ଅର୍ଥ ଦେଇ ତାହା କିଣିବା ଲାଗି ସେମାନଙ୍କୁ ବାଧ୍ୟ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶରେ ।
ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ଏକ ମେଡିକାଲରେ ଜଣେ ହୃଦ୍ରୋଗ ବିଶେଷଜ୍ଞ ଏଭଳି ଏକ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି । ରୋଗୀଙ୍କ ଜୀବନ ସହ ଖେଳୁଥିଲେ ଉକ୍ତ ଡାକ୍ତର । ନିମ୍ନମାନର ପେସ୍ମେକର ଲଗାଇବାର କିଛିଦିନ ଭିତରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଥିଲା । ଫଳରେ ସେମାନେ ଅନ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଚିକିତ୍ସା କରାଇଥିଲେ । ସେଠାରେ ଏହି ନକଲି ପେସ୍ମେକର ଜଣାପଡିଥିଲା ।
ଦୁଇବର୍ଷ ତଳେ ଏହାର ଅଭିଯୋଗ ଆସିବାରୁ ଡାକ୍ତରଖାନାରୁ ଉକ୍ତ ଡାକ୍ତରଂବକୁ ସସ୍ପେଣ୍ଡ କରାଯାଇଥିଲା କିନ୍ତୁ ସଠିକ ପ୍ରମାଣ ନଥିବାରୁ ଏହି ମାମଲା ରୁଜୁ ହୋଇପାରୁନଥିଲା । ତେବେ ୨୦୧୭ରୁ ୨୦୨୧ ମଧ୍ୟରେ ସେ ପ୍ରାୟ ୬୦୦ ରୋଗୀଙ୍କ ଦେହରେ ନିମ୍ନମାନର ପେସ୍କର ଲଗାଇଥିବା ଅଭିଯୋଗ ହୋଇଛି । ଏପରିକି ଏହି ପେସ୍କରି ଲଗାଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଦୀର୍ଘ ଦୁଇବର୍ଷ ଧରି ତଦନ୍ତ ଚାଲିଥିଲାବେଳେ ଶେଷରେ ଅଭିଯୋଗ ସତ ପ୍ରମାଣିତ ହୋଇ ଡାକ୍ତରଙ୍କୁ ଗିରଫ କରାଯାଇଛି । ଏଭଳି ରୋଗୀଙ୍କ ଜୀବନ ସହ ଖେଳୁଥିବା ଡାକ୍ତର ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣ ଲୋକେ ଦାବି କରିଛନ୍ତି ।
ଅଧିକ ପଢନ୍ତୁ :ଟ୍ରାଫିକ୍ରେ ଫସିଲା ଆମ୍ବୁଲାନ୍ସ