ଅନନ୍ତନାଗରେ ସୁରକ୍ଷାବାହିନୀ ପକ୍ଷରୁ ଏନକାଉଣ୍ଟରର ଜାରି, ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା
Khabar Odisha:Encounter-between-security-forces-and-terrorists-in-Larnu-Anantnag-a-terrorist-killed
ଜମ୍ମୁକାଶ୍ମୀର, ଅକ୍ଟୋବର ୧୭ (ଖବର ଓଡ଼ିଶା):

ଶନିବାର ସକାଳୁ ଜାମ୍ମୁ କାଶ୍ମୀରର ଅନନ୍ତନାଗର ଲାର୍ନୁ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ପୋଲିସ ଏବଂ ସୁରକ୍ଷା ବାହିନୀ ପକ୍ଷରୁ ମିଳିତ ଭାବେ ଏହି ଅପରେସନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ସୁରକ୍ଷାବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି ।

ଏଥି ସହିତ ଶୁକ୍ରବାର ଦିନ ବଡଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଠାରେ ପ୍ରାୟ ଦୁଇରୁ ତିନି ଆତଙ୍କବାଦୀ ଘେରି ରହିଥିଲେ ସୁରକ୍ଷାକର୍ମୀ । ସୂଚନା ଅନୁଯାୟୀ, ବଡଗାମ ଜିଲ୍ଲାର ନାଗାମ ଚଡୁରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା।

  • Tags:

Subscribe

National International State Sports Entertainment