ୱାଶିଂଟନ୍: ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ସାନ ଡିଏଗୋରେ ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଲସ୍ ଆଞ୍ଜେଲସ୍ ଏବଂ ଦକ୍ଷିଣ କାଲିଫର୍ନିଆର ଅନେକ ଅଞ୍ଚଳରେ ଏହାର ଝଟକା ଅନୁଭୂତ ହୋଇଥିଲା। ୟୁଏସ୍ଜିଏସ୍ ରିପୋର୍ଟ ଅନୁଯାୟୀ, ଭୂମିକମ୍ପଟି ଭୂମିର ବହୁତ ନିକଟରେ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ସାନ ଡିଏଗୋ କାଉଣ୍ଟିର ଜୁଲିଆନ୍ ସହରରୁ ପ୍ରାୟ ୪ କିଲୋମିଟର ଦକ୍ଷିଣରେ ଥିଲା।
ସାନ ଡିଏଗୋରେ ହୋଇଥିବା ଭୂମିକମ୍ପ ଯୋଗୁଁ ଲୋକଙ୍କ ଘରର ଆଲମାରୀ ଥରିବାକୁ ଲାଗିଲା ଏବଂ ଦୀପଗୁଡ଼ିକ ଝୁଲିବାକୁ ଲାଗିଲା। ଏହି ସମୟରେ, ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମଧ୍ୟ ଏହି ଭୂମିକମ୍ପକୁ ନିଶ୍ଚିତ କରିଛି ଏବଂ ଲୋକଙ୍କୁ ସତର୍କ କରାଇ ଦେଇଛି ଯେ ଆହୁରି ଭୂମିକମ୍ପ ହୋଇପାରେ। "ଆସନ୍ତା କିଛି ଘଣ୍ଟା କିମ୍ବା ଦିନ ମଧ୍ୟରେ ଆହୁରି ଭୂମିକମ୍ପ ଅନୁଭୂତ ହୋଇପାରେ। ଆବଶ୍ୟକ ନହେଲେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳକୁ ଯାତ୍ରା କରନ୍ତୁ ନାହିଁ। ଦୟାକରି ସତର୍କ ରୁହନ୍ତୁ ଏବଂ ସରକାରୀ ନିର୍ଦ୍ଦେଶ ପାଳନ କରନ୍ତୁ, ବୋଲି ସାମାଜିଗ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି। କାଲିଫର୍ନିଆରେ ଭୂମିକମ୍ପ ସମ୍ପର୍କରେ ଆର୍ଥ ପ୍ରିଡିକ୍ସନ୍ ନାମକ ଏକ ସଂଗଠନ '୪୮ ଘଣ୍ଟାର ଚେତାବନୀ' ଜାରି କରିଛି।
ସେ କହିଛନ୍ତି, "ସମସ୍ତ ପୂର୍ବାନୁମାନ ମଡେଲ ସମାନ କଥା କହୁଛନ୍ତି ଯେ ଦକ୍ଷିଣ କାଲିଫର୍ନିଆରେ ଏକ ବଡ଼ ଭୂମିକମ୍ପ ନିଶ୍ଚିତ ଭାବରେ ଆସିବ, ଯାହା ମାଲିବୁରୁ ୧୦୦ ମାଇଲ ଦୂରରେ ଆସିପାରେ। ତାରିଖଟି ଏପ୍ରିଲ ୧୪ ରୁ ୧୬ ମଧ୍ୟରେ। ଦୟାକରି ଆପଣଙ୍କ ବନ୍ଧୁ ଏବଂ ପରିବାରକୁ ସତର୍କ କରନ୍ତୁ।"
ଭୂକମ୍ପର ଝଟକା କେନ୍ଦ୍ରସ୍ଥଳରୁ ପ୍ରାୟ ୧୨୦ ମାଇଲ (୧୯୩ କିଲୋମିଟର) ଦୂର ଲସ୍ ଆଞ୍ଜେଲସ୍ କାଉଣ୍ଟି ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଭୂମିକମ୍ପ ପରେ ଅନେକ ଛୋଟ ଛୋଟ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଥିଲା। "ମୁଁ ଭାବିଥିଲି ଝରକାଗୁଡ଼ିକ ଏତେ ଥର ହଲୁଥିବାରୁ ଭାଙ୍ଗିଯିବ, କିନ୍ତୁ ଭାଙ୍ଗିଲା ନାହିଁ," ଜୁଲିଆନରେ ୧୮୭୦ ଦଶକରୁ କାର୍ଯ୍ୟକ୍ଷମ ଥିବା ଏକ ପୂର୍ବତନ ସୁନା ଖଣିର ମାଲିକ ପଲ ନେଲସନ କହିଛନ୍ତି। ସେ କହିଛନ୍ତି ଯେ ପ୍ରବଳ ଭୂମିକମ୍ପ ଯୋଗୁଁ ରୋଷେଇ ଘର କାଉଣ୍ଟରରେ ରଖାଯାଇଥିବା ଫଟୋ ଫ୍ରେମ୍ଗୁଡ଼ିକ ତଳେ ପଡ଼ିଗଲା।
ଅଧିକ ପଢ଼ନ୍ତୁ: ୱକଫ ସଂପର୍କିତ ଆଇନରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ