ସମସ୍ତ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ବଢ଼ିଲା EPFO ସୁଧହାର। ର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୁଧହାର ବୃଦ୍ଧି ନେଇ ଘୋଷଣା କରିଛି EPFO। ସୁଧହାର ୮.୧୫ରୁ ବଢ଼ାଇ ୮.୨୫ ପ୍ରତିଶତ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ ସୁଧହାର ୮.୧୫ ପ୍ରତିଶତକୁ ମଞ୍ଜୁର ଦେଇଛନ୍ତି କେନ୍ଦ୍ର ସରକାର । ସୂଚନା ଅନୁଯାୟୀ, ଇପିଏଫ୍ଓର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା, 'ସେଣ୍ଟ୍ରାଲ୍ ଟ୍ରଷ୍ଟି ବୋର୍ଡ' (ସିବିଟି) ଶନିବାର ହୋଇଥିବା ଏକ ବୈଠକରେ ୨୦୨୩-୨୪ ପାଇଁ EPF ଉପରେ ୮.୨୫ ପ୍ରତିଶତ ସୁଧ ହାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ।
୨୦୨୧-୨୨ ଆର୍ଥିକ ବର୍ଷରେ ସୁଧହାର ୮.୧ ପ୍ରତିଶତକୁ କମାଇ ଦିଆଯାଇଥିଲା । ଯାହା ୧୯୭୭-୭୮ ଆର୍ଥିକ ବର୍ଷ ପରେ ସବୁଠୁ କମ ସୁଧହାର ରହିଥିଲା । ସରକାରଙ୍କ ଅନୁମୋଦନ ପରେ, ସୁଧ ହାର EPFO ର ୬କୋଟିରୁ ଅଧିକ ଗ୍ରାହକଙ୍କ ଆକାଉଣ୍ଟରେ ଜମା ହେବ। ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିର ଏହି ନିଷ୍ପତ୍ତିକୁ ଅର୍ଥମନ୍ତ୍ରଣାଳୟକୁ ପଠାଯିବ । ଏହାକୁ ସରକାର ଅନୁମୋଦନ ଦେବା ପରେ କର୍ମଚାରୀଙ୍କ EPFO ଖାତାରେ ସୁଧରାଶି ଜମାହେବ ।