ଭାରତର ଶକ୍ତି ହେବ ସୁଦୃଢ । ପୁଣି ଭାରତ ତାର ସୀମାରେ ମୁତୟନ କରିବ ଅତ୍ୟାଧୁନିକ ଡ୍ରୋନ । ଯାହାଫଳରେ ଏହି ଡ୍ରୋନ ଭାରତର ଶତ୍ରୁ ଦେଶ ଉପରେ ନଜର ରଖିବା ସହିତ ଭାରତକୁ ସୁରକ୍ଷା ପ୍ରଦାନ କରିବ । ସୂଚନା ଅନୁସାରେ, ଭାରତ ଆମେରିକା ଠାରୁ କିଣିବ ଅତ୍ୟାଧୁନିକ ଡ୍ରୋନ MQ-9B । ଯାହା ଭାରତର ଚୀନ ସୀମାରେ ମୁତୟନ କରାଯିବ । ବିନା ଚାଳକଙ୍କ ସାହାଯ୍ୟରେ ଏହି ଡ୍ରୋନ ବହୁ ଉଚ୍ଚ ପର୍ଯ୍ୟନ୍ତ ଯାଇପାରିବ । ଏହା ସ୍ଥଳ ଭାଗ ଓ ଆକାଶ ମାର୍ଗରେ ମୁତୟନ କରାଯିବ । ଏହା ପ୍ରାୟ ୩୫ ଘଣ୍ଟା ପର୍ଯ୍ୟନ୍ତ ଆକାଶ ମାର୍ଗରେ ମୁତୟନ ହୋଇପାରିବ । ଏହି ଡ୍ରୋନଟି ସମ୍ପୂର୍ଣ୍ଣ ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ କରାଯାଇଛି । ଏହି ଡ୍ରୋନଟି କିଣିବା ପାଇଁ ଭାରତକୁ ପ୍ରାୟ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଭାରତ ଉପରକୁ ଶତ୍ରୁମାନଙ୍କ ଆକ୍ରମଣ ବଢୁଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅତ୍ୟାଧୁନିକ ଡ୍ରୋନ ଭାରତରେ ମୁତୟନ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ।
ଆଗକୁ ପଢ଼ନ୍ତୁ : ଅଯୋଧ୍ୟା ରାସ୍ତାକୁ ସୌନ୍ଦର୍ଯ୍ୟମୟ କରିଛି ଡିଜିଟାଲ ଝୋଟି