ଅଯୋଧ୍ୟା ରାସ୍ତାକୁ ସୌନ୍ଦର୍ଯ୍ୟମୟ କରିଛି ଡିଜିଟାଲ ଝୋଟି । ଦର୍ଶକ ମାନଙ୍କୁ ଆକର୍ଷିତ କରୁଛି ଡିଜିଟାଲ ଝୋଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟା ନଗରୀରେ ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି । ଭିନ୍ନ ଭିନ୍ନ ଶୈଳୀରେ ଅଯୋଧ୍ୟା ନଗରୀକୁ ସୌନ୍ଦର୍ଯ୍ୟମୟ କରାଯାଉଛି । ଏହାରି ବିତରେ ଅଯୋଧ୍ୟାର ଗଳିରେ ଏବେ ଅତି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କ ମନମୁଗ୍ଧ କରୁଛି । ଡିଜିଟାଲ ଝୋଟିରେ ସୁନ୍ଦର ଭାବେ ସଜେଇ ହୋଇଛି ଅଯୋଧ୍ୟା ରାସ୍ତା।
ଅଯୋଧ୍ୟା ନଗରୀର ହନୁମାନଗଢି ମନ୍ଦିରର ପ୍ରବେଶ ମାର୍ଗରେ ପ୍ରସ୍ତୁତ ହୋଇଛି ଏହି ଡିଜିଟାଲ ଝୋଟି । ଯାହା ଅତି ଚିତାକର୍ଷକ ଲାଗୁଛି ।ଏହି ଡିଜିଟାଲ୍ ରଙ୍ଗୋଲି ଅତି ସୁନ୍ଦର ଭାବେ ସଯ ଯାଇଛି । ଏଥିରେ ଅଯୋଧ୍ୟାର ବାତାବରଣ ଆହୁରି ଭକ୍ତିମୟ ହୋଇଯାଇଛି । ରଙ୍ଗୋଲିକୁ ଦେଖିବା କ୍ଷଣି ଶ୍ରଦ୍ଧାଳୁମାନଙ୍କ ଉତ୍ସାହ ବଢିଯାଉଛି । ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଏଭଳି ଡିଜିଟାଲ ରଙ୍ଗୋଲି ପ୍ରସ୍ତୁତ ହୋଇଛି । ରାମଲାଲାଙ୍କ ପାଖକୁ ଦର୍ଶନ କରିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଶ ବିଦେଶରୁ ଧାଇଁ ଆସୁଛନ୍ତି । ଶ୍ରଦ୍ଧାଳୁମାନଙ୍କ ମନମୁଗ୍ଧ ଓ ସ୍ବାଗତ କରିବା ପାଇଁ ଏହା ଏକ ନିଆରା ପ୍ରୟାସ । ଏହି ଡିଜିଟାଲ ରଙ୍ଗୋଲି ଦେଖି ଶ୍ରଦ୍ଧାଳୁମାନେ ଫୋଟୋ ଉଠାଉଛନ୍ତି ।
ଅଧିକ ପଢନ୍ତୁ :ଆଜିଠାରୁ ଅମୃତ ଉଦ୍ୟାନ ଉତ୍ସବ ୨୦୨୪