ଗୁରୁବାର 'ଉଦ୍ୟାନ ଉତ୍ସବ ୨୦୨୪' ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନସ୍ଥିତ ମୋଗଲ୍ ବଗିଚା ତଥା ଅମୃତ ଉଦ୍ୟାନ ଭାବରେ ଜଣାଶୁଣା ବଗିଚା ୨ ଫେବୃଆରୀ ୨୦୨୪ ରୁ ସର୍ବସାଧାରଣ ପରିଦର୍ଶକଙ୍କ ପାଇଁ ଖୋଲିବାକୁ ଯାଉଛି । ଏଥି ପାଇଁ ଆଗୁଆ ଅନଲାଇନ ବୁକିଂ କରିବାକୁ ପଡିବ।
ଚଳିତ ବର୍ଷ 'ଉଦ୍ୟାନ ଉତ୍ସବ ୨୦୨୪' ସମୟରେ ଏହା ସାଧାରଣ ଜନତାଙ୍କ ପାଇଁ ଖୋଲାଯିବା ପାଇଁ ଯାଉଥିବା ବେଳେ ମଙ୍ଗଳବାର ଠାରୁ ରବିବାର ମଧ୍ୟରେ ସପ୍ତାହରେ ଛଅ ଦିନ ବଗିଚା ପରିଦର୍ଶନ କରିପାରିବେ। ରାଷ୍ଟ୍ରପତି ଭବନ ଦ୍ୱାରା ପ୍ରକାଶିତ ଏକ ସରକାରୀ ବିବୃତ୍ତି ଅନୁଯାୟୀ ଅମୃତ ଉଦ୍ୟାନ ୩୧ ମାର୍ଚ୍ଚ ୨୦୨୪ ରେ ସର୍ବ ସାଧାରଣ ପରିଦର୍ଶନ ବନ୍ଦ କରିବେ।
ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ରହିଛି ୨୨୫ ବର୍ଷ ପୁରୁଣା ଶେଶମ୍ ଗଛ, ପୁଷ୍ପ ଘଣ୍ଟା, 85 ପ୍ରକାର ଫୁଲ ପ୍ରଜାତି ଏବଂ 'ସେଲଫି ପଏଣ୍ଟ' । ରାଷ୍ଟ୍ରପତିଙ୍କ ଡେପୁଟି ପ୍ରେସ ସଚିବ ନବିକା ଗୁପ୍ତା ସୂଚନା ଦେଇ କହିଛନ୍ତି, 'ରାଷ୍ଟ୍ରପତି ଭବନ ଦେଖିବା ପାଇଁ ବୁକିଂ ଆରମ୍ଭ ହୋଇସାରିଛି । ଅମୃତ ଉଦ୍ୟାନକୁ ଦେଖିବା ପାଇଁ 50,000ରୁ ଅଧିକ ଲୋକ ବୁକିଂ କରିଛନ୍ତି।
ଭ୍ରମଣ ସମୟରେ, ପରିଦର୍ଶକମାନେ ଏକ ୨୨୫ ବର୍ଷ ପୁରୁଣା ଶେଶମ୍ ଗଛ, ବାଲ୍ ଭାଟିକା (ଗଛ ଘର, ବାବଲିଂ ବ୍ରୁକ୍, ପିଲାମାନଙ୍କ ପାଇଁ ପ୍ରକୃତିର ଶ୍ରେଣୀଗୃହ), ଥିମ୍ ଗାର୍ଡେନ୍ (ଯେଉଁଠି ୧୮ କିସମର ୪୨,୦୦୦ ତୁଳସୀ ଗଛ ଲଗାଯାଇଛି), ସ୍ଥିର ଘଣ୍ଟା ଆକାରରେ ଦେଖାଯାଉଥିବା ପୁଷ୍ପ କଳାର ପୁଷ୍ପ ଘଣ୍ଟା,ବୋନସାଇ ଗାର୍ଡେନ୍ ଯେଉଁଠି ୩୦୦ ରୁ ଅଧିକ ପୁରୁଣା ବୋନସାଇ ଗଛ ଦେଖିବାକୁ ମିଳେ, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ମ୍ୟୁଜିକାଲ୍ ଝରଣା|
ବିରଳ ଏବଂ ବିଦେଶୀ ଫୁଲର ଦୃଶ୍ୟଭରା ସେଣ୍ଟ୍ରାଲ୍ ଲନ୍, ବିସ୍ତାରିତ ରୋଜ ଗାର୍ଡେନ୍, ହ୍ୟାଙ୍ଗିଙ୍ଗ୍ ବଗିଚା, ସର୍କୁଲାର୍ ଗାର୍ଡେନ୍, ଭର୍ଟିକାଲ୍ ଗାର୍ଡେନ୍, ଟ୍ରେ ଗାର୍ଡେନ୍, ହ୍ୱିଲ୍ ବାରୋରେ ଥିବା ବଗିଚା, ଜେନ୍ ଗାର୍ଡେନ୍, ମ୍ୟାଜେଷ୍ଟିକ ବ୍ୟାନିଆନ୍, ଫୁଡ୍ କୋର୍ଟ (TRIFED, ITDC ଇତ୍ୟାଦି ଦ୍ୱାରା ଖାଦ୍ୟ ଷ୍ଟଲ୍)ର ମଜା ନେଇ ପାରିବେ।ଜନସାଧାରଣଙ୍କ ସୁବିଧା ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ମାଗଣା ବସ୍ ସେବା ଯୋଗାଇ ଦିଆଯାଉଛି ।ପ୍ରଥମ ଥର ପାଇଁ ଅମୃତ ଉଦ୍ୟାନରେ ତୁଳସୀ ଗଛର ଏକ ବଗିଚା ମଧ୍ୟ କରାଯାଇଛି । ଚଳିତ ବର୍ଷ ପର୍ଯ୍ୟଟକମାନେ 'ଡବଲ୍ ଡେଲିଟ୍', 'ସେଣ୍ଟିମେଣ୍ଟାଲ୍' ଏବଂ 'କୃଷ୍ଣ' ନାମକ ଗୋଲାପର ସ୍ୱତନ୍ତ୍ର କିସମ ମଧ୍ୟ ଦେଖିବାକୁ ପାଇବେ। ଉଦ୍ୟାନରେ 'ଅମୃତ ଉଦ୍ୟାନ ଲୋଗୋ' ରହିଛି ଯାହା ସେଲଫି ପଏଣ୍ଟ ଭାବରେ କାର୍ଯ୍ୟ କରିବ।
ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ମାନେ ଉଦ୍ୟାନକୁ ଆସି ପାରିବେ । ଅପରାହ୍ନ ୪ ଟା ପରେ ପର୍ଯ୍ୟଟକମାନଙ୍କୁ ଉଦ୍ୟାନ ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଉତ୍ତର ଆଭେନ୍ୟୁ ରୋଡ୍ ନିକଟରେ ଥିବା ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର ୩୫ ରୁ ପର୍ଯ୍ୟଟକ ମାନେ ଉଦ୍ୟାନରେ ପ୍ରବେଶ କରିପାରିବେ । ଅମୃତ ଉଦ୍ୟାନ ସପ୍ତାହରେ ଛଅ ଦିନ ଖୋଲା ରହିବେ । ରକ୍ଷଣାବେକ୍ଷଣ ପାଇଁ ସୋମବାର ବନ୍ଦ ରହିବ । ଯଦି କେହି ଅମୃତ ଉଦ୍ୟାନ ବୁଲିବାକୁ ଚାହୁଁଛନ୍ତି ତେବେ ରାଷ୍ଟ୍ରପତି ଭବନ ଓ୍ବେବସାଇଟକୁ ଯାଇ ବୁକ କରିପାରିବେ । ଗେଟ୍ ନମ୍ବର 35 ନିକଟରେ ଏକ ବୁଥ୍ ମଧ୍ୟ ରହିବ, ଯାହା ଦ୍ବାରା ପାର୍କରେ ପ୍ରବେଶ କରିବା ପାଇଁ ଆବଶ୍ୟକ ପାସ୍ ମିଳିପାରିବ।
ଅଧିକ ପଢନ୍ତୁ : ବଢୁଛି ରାତିର ତାପମାତ୍ରା, ୨୪ ଘଣ୍ଟା ମଧ୍ୟରେ ହାଲୁକା ବର୍ଷା