ଦକ୍ଷିଣ ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଲାଜପତନଗରରେ ବିଳମ୍ବିତ ରାତିରେ ମା ଏବଂ ପୁଅଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ୪୨ ବର୍ଷୀୟ ମା’ଙ୍କ ମୃତଦେହ ଶୟନ କକ୍ଷରୁ ଏବଂ ୧୪ ବର୍ଷୀୟ ପୁଅର ମୃତଦେହ ଗାଧୁଆ ଘରୁ ମିଳିଥିଲା। ଏହି ଚାଞ୍ଚଲ୍ୟକର ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। କହାଯାଇଛି ଯେ ଦ୍ୱାର ବାହାରୁ ବନ୍ଦ ଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦ୍ୱାର ଭାଙ୍ଗି ଉଭୟଙ୍କ ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି।
ପୋଲିସ ଅନୁଯାୟୀ ଘରୋଇ ସହାୟିକା ଘରମାଲିକ ଏବଂ ତାଙ୍କ ୧୪ ବର୍ଷୀୟ ପୁଅକୁ କେବଳ ଗାଳି ଦେବାରୁ ହତ୍ୟା କରିଛନ୍ତି। ବୁଧବାର ରାତିରେ ହତ୍ୟା କରିବା ପରେ ସହାୟକ ଫେରାର୍ ହୋଇଯାଇଥିଲା। ଦିଲ୍ଲୀ ପୋଲିସ ଆଜି ସକାଳେ ଅଭିଯୁକ୍ତକୁ ଗିରଫ କରିଛି।
ଅଭିଯୁକ୍ତ ମୁକେଶ ମୂଳତଃ ବିହାରର ବାସିନ୍ଦା। ବିଳମ୍ବିତ ରାତିରେ ଘରମାଲିକ ଅଫିସରୁ ଫେରିବା ପରେ ଦ୍ୱାର ନ ଖୋଲିବାରୁ ପୋଲିସକୁ ସୂଚନା ଦିଆଯାଇଥିଲା। ଦ୍ୱାର ଭାଙ୍ଗିବା ପରେ ପୋଲିସ ଉଭୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପାଇଥିଲା।
ରୁଚିକାର ମୃତଦେହ ଶୟନ କକ୍ଷରୁ ଏବଂ ୧୪ ବର୍ଷର ପୁଅ ହର୍ଷର ମୃତଦେହ ବାଥରୁମରୁ ମିଳିଥିବା କୁହାଯାଉଛି। ପୋଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି।
ଅଧିକ ପଢ଼ନ୍ତୁ: ପୁଣି ଥରେ ପାକିସ୍ତାନୀ କଳାକାରଙ୍କ ଆଶାକୁ ଧୂଳିସାତ କଲା ଭାରତ