ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଟେକ୍ କମ୍ପାନୀ ବିଲ୍ ଗେଟସ୍ଙ୍କ କମ୍ପାନୀ ମାଇକ୍ରୋସଫ୍ଟ ଏବେ ନିଜ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ୯ହଜାର କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିବ । ବିଭିନ୍ନ ଦେଶ ଓ ବିଭାଗରେ ଏହି ଛଟେଇ ହେବ । ଏହା ୨୦୨୩ରୁ କମ୍ପାନୀ ପକ୍ଷରୁ ସର୍ବବୃହତ ଛଟେଇ ହେବ। ୨୦୨୪ ଜୁନ୍ ସୁଦ୍ଧା ବିଶ୍ୱରେ କମ୍ପାନୀର ମୋଟ୍ କର୍ମଚାରୀଙ୍କ ସଂଖ୍ୟା ଥିଲା ୨୨୮,୦୦୦ । ସେଲସ୍ ଡିଭିଜନରେ କମ୍ପାନୀ ଛଟେଇ କରୁଥିବା ନେଇ ଯୋଜନା ଚାଲିଛି । ତେବେ ଏହି ବଡ଼ ଛଟେଇ ପଛର କାରଣ ସମ୍ପର୍କରେ ମାଇକ୍ରୋସଫ୍ଟ କମ୍ପାନି ତରଫରୁ ଆନୁଷ୍ଠାନିକ ଭାବରେ କୌଣସି ବିବୃତ୍ତି ପ୍ରକାଶ କରାଯାଇ ନାହିଁ।
୨୦୨୩ ପରେ ଏହା ସବୁଠୁ ବଡ଼ ଛଟେଇ
ରିପୋର୍ଟ ଅନୁସାରେ ମାଇକ୍ରୋସଫ୍ଟ କମ୍ପାନିର ଛଟେଇ ପର୍ଯ୍ୟାୟରେ ୨୦୨୩ ପର ଠାରୁ ଏହାର ସବୁଠୁ ବଡ଼ ଛଟେଇ । ୨୦୨୩ ମସିହାରେ ୧୦,୦୦୦ କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିଲା । ବର୍ତ୍ତମାନ ଏହି ଛଟେଇ ଏହି ଛଟେଇ ମାଇକ୍ରୋସଫ୍ଟ ର ସଙ୍ଗଠନାତ୍ମକ ପରିବର୍ତ୍ତନ ପାଇଁ କରାଯାଉଥିବା ସୂଚନା ମିଳିଛି। ବର୍ତ୍ତମାନ, ଏହି ଛଟେଇ ଦ୍ୱାରା କମ୍ପାନିର କେଉଁ ବିଭାଗ ସବୁଠାରୁ ଅଧିକ ପ୍ରଭାବିତ ହେବ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରକାଶ କରାଯାଇ ନାହିଁ । କିନ୍ତୁ ରିପୋର୍ଟ କହୁଛି ଯେ କୋଡିଂ ଆସିଷ୍ଟାଣ୍ଟ ଭଳି AI ପରିଚାଳିତ ଉପକରଣଗୁଡ଼ିକର ଦ୍ରୁତ ବ୍ୟବହାର ଏହା ସହିତ ଜଡିତ କର୍ମଚାରୀମାନଙ୍କୁ ପ୍ରଭାବିତ କରିପାରେ । ମାଇକ୍ରୋସଫ୍ଟ ଏହାର କାର୍ଯ୍ୟପ୍ରଣାଳୀରେ AI କୁ ସାମିଲ କରିବା ଉପରେ ଅଧିକ ଧ୍ୟାନ ଦେଉଛି ।
ଏହାରି ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି ଯେ, ମାଇକ୍ରୋସଫ୍ଟର କିଛି ବିଭାଗରେ ଏଆଇର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ସେହି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଉପରେ । ସାରା ବିଶ୍ବରେ ମାଇକ୍ରୋସଫ୍ଟ ବ୍ୟତିତ ପାଖାପାଖି ୨,୨୮,୦୦୦ ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଅଯାଇଥିଲା । ଚଳିତ ବର୍ଷର ଯଦି କଥା କହିବା ୨୦୨୫ ମେ’ ରେ ମାଇକ୍ରୋସଫ୍ଟ ପାଖାପାଖି ୬ ହଜାର ଚାକିରି କାଟି ଦେଇଥିଲା ଏବଂ ୩୦୦ କର୍ମଚାରୀଙ୍କୁ ବହିଷ୍କାର କରିଥିଲା । କମ୍ପାନୀରେ ସବୁଠାରୁ ବଡ଼ ଛଟେଇ ୨୦୨୩ ମସିହାରେ ଦେଖାଯାଇଥିଲା, ସେତେବେଳେ ୧୦,୦୦୦ କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିଲା ।