କେରଳରେ ପ୍ରବଳ ବର୍ଷା କାରଣରୁ ବଢିଚାଲିଛି ମୃତ୍ୟୁ ସଂଖ୍ୟା । କେରଳରେ ଅତ୍ୟଧିକ ବର୍ଷା କାରଣରୁ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ମଙ୍ଗଳବାରଠାରୁ ଅତ୍ୟଧିକ ବର୍ଷା କାରଣରୁ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ଘରୁ ବାହାରିବା କଷ୍ଟକର ହୋଇପଡିଛି । ତେବେ କେରଳରେ ବର୍ଷା ପ୍ରଭାବ ଏବେ ପର୍ଯ୍ୟନ୍ତ ମଧ୍ୟ ରହିଥିବାରୁ ପୁଣିଥରେ ପାଣିପାଗ ବିଜ୍ଞାନୀଙ୍କ ପକ୍ଷରୁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସୂଚନା ଅନୁଯାୟୀ,ପାଣିପାଗ ବିଜ୍ଞାନୀଙ୍କ ପକ୍ଷରୁ ଥିରୁଅନନ୍ତପୁରମ୍, କୋଲାମ, ଆଲାପୁଜା, ଏର୍ନାକୁଲମ୍, କୋଜିକୋଡେ, କନ୍ନୁର ଏବଂ କାସରଗୋଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୬ ସେମିରୁ ୧୧ ସେମି ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ମେ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବାରୁ ଲୋକଙ୍କର ଜୀବନ ଚାଲିଯାଉଛି । ଯାହାଦ୍ୱାରା ମୃତ୍ୟୁ ସଂଖ୍ୟା ବଢି ବଢି ୧୧ ରେ ପହଞ୍ଚି ସାରିଲାଣି । ତେବେ ପାଣି ମାଡିଯାଇଥିବା ଅଂଚଳକୁ ସାଧାରଣ ଲୋକଙ୍କୁ ନ ଯିବା ପାଇଁ ସତର୍କ ସୂଚନା ଦିଆଯାଇଛି । ଏଥିସହ ପିଲାମାନଙ୍କୁ ପାଣି ଭିତରକୁ ଯିବାପାଇଁ ମଧ୍ୟ ବାରଣ କରାଯାଇଛି ।