ମହାରାଷ୍ଟ୍ର ଆଲିବାଗ୍ ନିକଟରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ‘ନିସର୍ଗ’, ପ୍ରବଳ ବର୍ଷା ସହ ୧୧୦ କିମି ବେଗରେ ପବନ
Khabar Odisha:Cyclone-nisarg-land-call
ମୁମ୍ବାଇ, ଜୁନ ୩ (ଖବର ଓଡ଼ିଶା):

 ବାତ୍ୟା ‘ନିସର୍ଗ’ ଲ୍ୟାଣ୍ଡ୍‌ଫଲ୍ କରୁଛି। ମହାରାଷ୍ଟ୍ରର ଆଲିବାଗ ନିକଟରେ ବର୍ତ୍ତମାନ ବାତ୍ୟା ‘ନିସର୍ଗ’ର ଲ୍ୟାଣ୍ଡ୍‌ଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। 

IMD ଡିଜି ଙ୍କ ଆକଳନ ଅନୁସାରେ ମହାରାଷ୍ଟ୍ର ହରିହରେଶ୍ୱର-ଡାମନ ମଝିରେ ଆଲିବାଗ ନିକଟରେ ‘ନିସର୍ଗ’ ଲ୍ୟାଣ୍ଡ୍‌ଫଲ୍ କରୁଛି ।ଲ୍ୟାଣ୍ଡ୍‌ଫଲ୍ ପ୍ରକ୍ରିୟା ସରିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ, ଥାନେ,  ଆଲିବାଗ ଓ ମୁମ୍ବାଇରେ ଅତି ବେଗରେ ପବନ ବହିବା ସହ ପ୍ରବଳ ଆରମ୍ଭ ହୋଇଛି । ପବନର ବେଗ ଘଣ୍ଟା ପ୍ରତି ୧୧୦ ରୁ ୧୨୦ କିମି ରହିବ ।

ବାତ୍ୟା ପ୍ରଭାବରେ ପବନ ଯୋଗୁଁ କେତେକ ସ୍ଥାନରେ ବଡ ବଡ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ସେହିପରି ସମୁଦ୍ର ଅଶାନ୍ତ ହୋଇପଡିଛି ।

  • Tags:

Subscribe

National International State Sports Entertainment