ଭାରତରେ ଖୁବଶୀଘ୍ର ଆରମ୍ଭ ହେବ କ୍ରିକେଟ - ଦୀପକ ଚହର
Khabar Odisha:Cricket-in-India-will-start-soon---Deepak-Chahar
ନୂଆଦିଲ୍ଲୀ, ଜୁଲାଇ ୦୬ (ଖବର ଓଡ଼ିଶା):

ମହାମାରୀ କରୋନା ଯୋଗୁଁ ସାରା ଦେଶରେ କ୍ରିକେଟ ମ୍ୟାଚ ବନ୍ଦ ରହିଛି । ତେବେ ଏହି ପରିପ୍ରେକ୍ଷୀରେ ଖେଳାଳି ମାନେ ନିଜ ନିଜ ଘରେ ରହି ସେମାନଙ୍କ ଅଭ୍ୟାସ ଜାରି ରଖିଛନ୍ତି ।

ଜୁଲାଇ 8 ତାରିଖରେ ଇଂଲଣ୍ଡ ଏବଂ ୱେଷ୍ଟ ଇଣ୍ଡିଜ ବିପକ୍ଷ ମ୍ୟାଚ ଆରମ୍ଭ ହେବା ସହ ପୁଣିଥରେ କ୍ରିକେଟ ଫେରିବାକୁ ଯାଉଛି ।  ତେବେ ଭାରତରେ ମଧ୍ୟ ଖୁବଶୀଘ୍ର କ୍ରିକେଟ ଆରମ୍ଭ ହୋଇପାରେ ବୋଲି କହିଛନ୍ତି ଫାଷ୍ଟ ବୋଲର ଦୀପକ ଚହର । 

ଜୟପୁରିଆ କ୍ରିକେଟ ଏକାଡେମୀରେ ଚାଲିଥିବା ଏକ ମ୍ୟାଚରେ ଚିଫ ଗେଷ୍ଟ ଭାବେ ଯୋଗ ଦେଇ ଏହି କଥା କହିଛନ୍ତି ଦୀପକ । ଦୀପକ ମତରେ ବର୍ତ୍ତମାନ ପରିସ୍ଥିତିରେ ରେଡ ବଲରେ ଟେଷ୍ଟ କ୍ରିକେଟ ହେବା ଅସମ୍ଭବ । ମାତ୍ର ଧଳା ବଳରେ ଏକଦିବସୀୟ ଏବଂ ଟି -ଟ୍ୱେଣ୍ଟି ସମ୍ଭବ ହୋଇପାରେ ଏବଂ ସଲିଭା ବ୍ୟାନ(ବଲରେ ଲାଳ କିମ୍ୱା ଝାଳର ବ୍ୟବହାରକୁ ବ୍ୟାନ କରିଛି ଆଇସିସି) କ୍ରିକେଟରେ ପ୍ରଭାବ ପକାଇବ ବୋଲି ଏହି ଫାଷ୍ଟ ବୋଲର ମତ ଦେଇଛନ୍ତି ।

  • Tags:

Subscribe

National International State Sports Entertainment