ବାଣ କାରଖାନାରେ ଭୟଙ୍କର ବିସ୍ପୋରଣ ଘଟିଛି। ଏହି ବିସ୍ପୋରଣ ଫଳରେ ୫ ଜଣ ଶ୍ରମିକ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ଇନ୍ଦୋରର ଚୋଇଥରାମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏଭଳି ଅଘଟଣ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବାଣ କାରଖାନାରେ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ।
ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ପରଣ ଘଟିଛି। ଫଳରେ କାରଖାନାରେ ଥିବା ସମସ୍ତ ଜିନିଷ ପତ୍ର ଜଳିପୋଡ଼ି ପାଉଁଶ ହୋଇଯିବ ସହିତ ୫ ଜଣ ଶ୍ରମିକ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ତେଣୁ ତୁରନ୍ତ ସେମାନଙ୍କୁ ଇନ୍ଦୋରର ଚୋଇଥରାମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆହତ ଶ୍ରମିକମାନଙ୍କ ମଧ୍ୟରୁ ଜଣେ ଇନ୍ଦୋରର ହୋଇଥିବା ବେଳେ ଅନ୍ୟମାନେ ହେଉଛନ୍ତି ମହାରାଷ୍ଟ୍ର ଯବତମାଲ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ତେବେ କାରଖାନାରେ ବାଣ ତିଆରି ହେଉଥିଲା ଏବଂ ସେଠାରେ ପ୍ରଚୁର ପରିମାଣର ବାଣ ମଧ୍ୟ ରହିଥିଲା। ତେବେ ବାଣ ଯୋଗୁ ଏହି ବିସ୍ପୋରଣ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣା ବାବଦରେ ଅଧିକ ତଦନ୍ତ କରୁଛି।