ବର୍ଷ ଶେଷରେ ପୁଣିଥରେ ଫେରୁଛି କୋଭିଡ। ଯାହାକୁ ନେଇ ଏବେ ଆତଙ୍କିତ ଅଛନ୍ତି ସମସ୍ତେ। ପୁଣିଥରେ ମାସ୍କ ବ୍ୟବହାର କରାଯିବ। ନିକଟରେ କରୋନା ପାଇଁ ସିଙ୍ଗାପୁରରେ ଆଲର୍ଟ ଜାରି କରାଯାଇଥିବା ବେଳେ ଏବେ କରୋନା ପାଇଁ କର୍ଣ୍ଣାଟକରେ ଆଲର୍ଟ ଜାରି କରାଯାଇଛି । ତେବେ ସ୍ଥିତିକୁ ନଜରରେ ରଖି ଆରମ୍ଭ ହୋଇଛି ମାସ୍କ କଟକଣା ।
ସୂଚନା ଅନୁଯାୟୀ, ୬୦ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହାସହ ଯେ କୌଣସି ବ୍ୟକ୍ତି ହାର୍ଟ ଏବଂ କିଡନୀ ରୋଗରେ ପୀଡ଼ିତ, ବା ଥଣ୍ଡା ଜ୍ୱରରେ ପିଡ଼ୀତ ସେମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଆଗକୁ ବଡ଼ଦିନ ଏବଂ ନୂଆବର୍ଷ ଆସୁଥିବାରୁ କଡାକଡି ଭାବରେ ନଜର ରଖା ଯାଇଛି। ଏହାସହ ସବୁ ରାଜ୍ୟ ସରକାରଙ୍କୁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ସଂକ୍ରମଣ ରୋକିବା ପାଇଁ ସମସ୍ତଙ୍କୁ ପ୍ରଟୋକଲକୁ ମାନିବ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି।