ଶେଷ ହେବନି କରୋନା ଯନ୍ତ୍ରଣା:WHO
Khabar Odisha:COVID-Pandemic-Will-Never-End-WHO
ନୂଆଦିଲ୍ଲୀ, ଜୁଲାଇ 11(ଖବର ଓଡ଼ିଶା):

କରେନାକୁ ନେଇ ସାରା ବିଶ୍ୱ ଚିନ୍ତିତ, ପୁରା ବିଶ୍ୱ ଏହି ମାରାତ୍ମକ ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ଚେଷ୍ଟା ଚଳାଇଛି । କିନ୍ତୁ ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୋଟିଏ ସୂଚନା, ପୁଣି ଲୋକଙ୍କ ଚିନ୍ତା ବଢାଇଛି ।

ଶେଷ ହେବନି କରୋନା ଯନ୍ତ୍ରଣା । କରୋନାକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରିବାର ସମ୍ଭାବନା ବହୁତ କମ୍ । ପ୍ରାୟ ୬ମାସରୁ ଉର୍ଦ୍ଧ୍ୱ ହେବ କରୋନା ତାଣ୍ଡବ ରଚି ଚାଲିଛି ଏବଂ ବର୍ତମାନ ବି ଏହା ଥମିବାର ନାଁ ଧରୁନି । ଦିନକୁ ଦିନ କରୋନା ମିଟର ତୀବ୍ର ଗତିରେ ବଢିବାରେ ଲାଗିଛି । ତେବେ ଏସବୁକୁ ଦେଖି କରୋନା ବିପଦକୁ ମାନବ ସମାଜ ଉପରୁ ସମ୍ପୂର୍ଣ୍ଣ ଭାବରେ ଟାଳିଦେବା ସମ୍ଭବ ମନେ ହେଉ ନାହିଁ ବୋଲି କହିଛନ୍ତି WHOର ଜରୁରୀ କାଳୀନ ଯୋଜନାର ମୁଖ୍ୟ ଡା. ମାଇକେଲ ରେୟାନ୍ ।

ଡା.ରେୟାନ୍‌ଙ୍କ ଅନୁଯାଇ ବର୍ତମାନ କରୋନା ଅତି କ୍ଷୀପ୍ର ଗତିରେ ମାଡି ଚାଲିଛି । ଯାହାକୁ ଦେଖି କରୋନା ମାନବ ସମାଜ ଠାରୁ ସମ୍ପୂର୍ଣ୍ଣ ରୂପେ ଦୁରାଇ ଯିବ ବୋଲି କହିବା ଭୂଲ ହୋଇପାରେ । ଜେନେଭା ଠାରେ ଅନୁଷ୍ଠିତ ଏକ ଅନଲାଇନ୍ ବ୍ରିଫିଙ୍ଗ୍ ମାଧ୍ୟମରେ ଡା.ରେୟାନ୍ ଏଭଳି ମତ ରଖିଛନ୍ତି ।

WHO ଅଧିକାରୀଙ୍କ ମତରେ ବର୍ତମାନ ଆମେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆଡକୁ ଗତି କରୁଛୁ । ସାରା ବିଶ୍ୱ ହୁଏତ ପୁଣି ଥରେ ଲକ୍‌ଡାଉନ୍ ହୋଇପାରେ । ତେବେ ଯଦି ବର୍ତମାନ ସ୍ଥିତିରେ ସଂକ୍ରମଣର କ୍ଳଷ୍ଟର ଗୁଡିକୁ ରୋକା ଯାଇ ପାରନ୍ତା ତାହାଲେ ହୁଏତ ଅନେକ ରାଷ୍ଟ୍ର ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇ ପାରନ୍ତେ ।

ଏବେ ଅନେକ ଛୋଟ ଦେଶ ଓ ଆଇଲାଣ୍ଡ ଗୁଡିକ ସଂକ୍ରମଣକୁ ପ୍ରତିହତ କରି ସାରିଛନ୍ତି କିନ୍ତୁ ଯେଉଁ ପର୍ଯ୍ୟନ୍ତ ସଂକ୍ରମଣର କ୍ଳଷ୍ଟର ଗୁଡିକରୁ ସଂକ୍ରମଣ ରୋକା ଯାଇ ପାରିବ ନାହିଁ ସେ ପର୍ଯ୍ୟନ୍ତ ସେ ସମସ୍ତ ଦେଶ ଗୁଡିକୁ ମଧ୍ୟ ସଂକ୍ରମଣ ପୁନଃ ବ୍ୟାପିବାର ଭୟ ରହିଛି ।

ଏବେ ବିଶ୍ୱର ବଡ ଅଂଶରେ ସଂକ୍ରମଣ ବଢିବାରେ ଲାଗିଛି ଯାହା ଅନ୍ୟ ଛୋଟ ଦେଶ ଗୁଡିକ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି । ଯଦି ସ୍ଥିତି ଏଭଳି ରହୁଛି ତାହାଲେ କରୋନା ଯନ୍ତ୍ରଣା କେବେ ମଧ୍ୟ ଶେଷ ହେବନି ।

  • Tags:

Subscribe

National International State Sports Entertainment