ସାଧାରଣତଃ ଯେଉଁମାନଙ୍କ ଆର୍ଥିକ ପରିସ୍ଥିତି ବହୁତ ହିଁ ଦୁର୍ବଳ ଥାଏ, ସେମାନଙ୍କୁ ହିଁ ଭିକ୍ଷା କରୁଥିବାର ଦେଖାଯାଏ । ତେବେ ବର୍ତ୍ତମାନ ସମୟରେ କିଛି ଲୋକ ନିଜ ପେଟ ପୋଷିବା ପାଇଁ ଭିକ୍ଷାବୃତ୍ତି କରୁଥାନ୍ତି ତ ପୁଣି କିଛି ଲୋକଙ୍କର ଏହା ଏକ ବ୍ୟବସାୟ କହିଲେ ଭୁଲ ହେବ ନାହିଁ । ଏପରି ଅଣେକ ଭିକାରୀ ଅଛନ୍ତି, ଯେଉଁମାନେ କି ଭିକ ମାଗି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଜଣେ ଭିକାରୀ ଭୋକରେ ରହି ମୃତ୍ୟୁବରଣ କରିଛି ।
ସୂଚନା ଅନୁଯାୟୀ, ଗୁଜରାଟର ବଲସାଡ ଜିଲ୍ଲାରେ ଜଣେ ଲକ୍ଷପତି ଭିକାରି ଭୋକରେ ମୃତ୍ୟୁବରଣ କରିଥିବା ବେଳେ ତା’ ନିକଟରୁ ଲକ୍ଷାଧିକ ଟଙ୍କା ମିଳିବା ଏବେ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଭିକାରୀ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନଥିବା ବେଳେ ତାଙ୍କ ମୃତ୍ୟୁ ଭାଲସାଡ ପୋଲିସଙ୍କ ପାଇଁ ଅନେକ ପ୍ରଶ୍ନ ଛାଡିଯାଇଛି । ପୋଷ୍ଟମର୍ଟମ ରିପୋର୍ଟରେ କ୍ଷୁଧା ମୃତ୍ୟୁର କାରଣ ବୋଲି ଦର୍ଶାଯାଇଛି । ଭୋକରେ ପ୍ରାଣ ହରାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ମୃତ ବ୍ୟକ୍ତି ଜଣକଙ୍କ ବୟସ ୫୦ ବର୍ଷ ଥିଲା । ରବିବାର ଦିନ ଭାଲସାଦ ସିଭିଲ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।
ରବିବାର ଦିନ ଭାଲସାଦ ସିଭିଲ ହସପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ପାଖରେ 1.14 ଲକ୍ଷ ନଗଦ ଟଙ୍କା ଥିଲା। କିନ୍ତୁ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହି ବ୍ୟକ୍ତିଙ୍କ ନିକଟରୁ ୫୩୭ଟି ୧୦୦, ୨୦ ଓ ୧୦ ଟଙ୍କିଆ ନୋଟ, ୮୩ଟି ୨୦୦ ଟଙ୍କିଆ ନୋଟ୍ ଓ ୩୮ଟି ୫୦୦ ଟଙ୍କିଆ ନୋଟ୍ ମିଳିଥିଲା । ଏପରି ଭାବେ ୧.୧୪ ଲକ୍ଷ ଟଙ୍କା ନଗଦ ରାଶି ମିଳିଥିଲା । ତେବେ ଏହି ପ୍ରସଙ୍ଗକୁ ନେଇ ଖୋଳତାଳ ଚଳାଇଛି ପୋଲିସ ।