ହନୁମାନ ସ୍ୱରୂପରେ ଦର୍ଶନ ଦେଲେ ବାବା ମହାକାଳ । ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ବିଶ୍ବ ପ୍ରସିଦ୍ଧ ମହାକାଳେଶ୍ବର ପାଳନ ହେଲା ହନୁମାନ ଜୟନ୍ତୀ । ଚୈତ୍ର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଅବସରରେ ବାବା ମହାକାଳ ହନୁମାନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ବାବା ମହାକାଳଙ୍କୁ ଡ୍ରାଏ ଫୁଟୁ ଏବଂ ଭାଙ୍ଗରେ ସୁସଜ୍ଜିତ କରାଯାଇଛି । ଭୋର ସମୟରୁ ମନ୍ଦିର ଦ୍ୱାରା ଖୋଲିଲା ପରେ ପୂଜାରୀ ଗର୍ଭଗୃହରେ ସ୍ଥାପିତ ଭଗବାନଙ୍କ ପ୍ରତିମାଙ୍କ ପୂଜା କରାଯାଇଥିଲା । ଏହାପରେ ଭଗବାନ ମହାକାଳଙ୍କ ଜଳାଭିଷେକ କ୍ଷୀର, ଦହି, ଘିଅ, ଚିନି ଏବଂ ଫଳ ରସରେ ପଞ୍ଚାମୃତ କରି ପୂଜା କରାଯାଇଥିଲା ।
ଏହାପରେ ପ୍ରଥମେ ଘଣ୍ଟ,ଶଙ୍ଖ ବଜାଇ ହରିଓମ ଜଳ ଅର୍ପଣ କରାଯାଇଥିଲା । ବାବାଙ୍କ କର୍ପୁର ଆଳତୀ କରିବା ପରେ ରୂପା ମୁକୁଟ, ରୁଦ୍ରାକ୍ଷ ଏବଂ ମୁଣ୍ଡ ମାଳା ପିନ୍ଧାଯାଇ ମହାକାଳ ବାବାଙ୍କୁ ସୁସଜ୍ଜିତ କରାଯାଇଥିଲା । ବାବାଙ୍କୁ ହାଣିମାନ ବେଶରେ ଶୃଙ୍ଗାରିତ କରାଯାଇଛି । ଭାଙ୍ଗ, ଖୁଆ, ଡ୍ରାଏଫୁଟୁରେ ଏହି ଶୃଙ୍ଗାର କରାଯାଇଥିଲା । ଶୃଙ୍ଗାର ପରେ ବାବା ମହାକାଳଙ୍କ ଜ୍ୟୋତିର୍ଲିଙ୍ଗକୁ କପଡାରେ ଆଚ୍ଛାଦିତ କରାଯାଇଥିଲା । ଏହାପରେ ଭାଗବାନ ମହାକାଳଙ୍କ ଭସ୍ମ ଅର୍ପଣ କରାଯାଇଥିଲା । ବାବାଙ୍କର ଏହି ବେଶକୁ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି ।
ଅଧିକ ପଢନ୍ତୁ :ପାଞ୍ଚ ଜଣଙ୍କୁ ପଦ୍ମ ବିଭୂଷଣ: ଭେଙ୍କେୟା ନାଇଡୁ,ମିଥୁନ ଚକ୍ରବର୍ତ୍ତୀ.....