ଗୁଜୁରାଟ, ଜାନୁଆରୀ ୧୪ (ଖବର ଓଡ଼ିଶା)
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ଅଧିକାରୀ ଏବଂ ୧୯୮୮ ଗୁଜୁରାଟ କ୍ୟାଡରର ପୂର୍ବତନ ଆଇଏଏସ ଅରବିନ୍ଦ ଶର୍ମା ବିଜେପିରେ ସାମିଲ ହୋଇଛନ୍ତି। ଅରବିନ୍ଦ ଶର୍ମା ଗୁରୁବାର ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଓ ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ଅରବିନ୍ଦ ଶର୍ମାଙ୍କୁ ଉତ୍ତରପ୍ରଦେଶରେ ବଡ ଦାୟିତ୍ୱ ଦିଆଯାଇପାରେ । ଗତ ସୋମବାର ଅରବିନ୍ଦ ଶର୍ମା ଭାରତୀୟ ପ୍ରଶାସନିକ ସେବାରୁ ଭିଆରଏସ ଗ୍ରହଣ କରିଥିଲେ। ଏକେ ଶର୍ମା ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟତର ବୋଲି କୁହାଯାଏ। ଗୁଜରାଟରେ ସେ ମୋଦିଙ୍କ ସହ କାମ କରିଛନ୍ତି।