ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି । ତାଙ୍କର ସୁଗାର ଲେବଲ କ୍ରମାଗତ ଭାବରେ ଅପଡାଉନ ହେଉଛି। ସୁଗାର ଲେବଲ ୪୬କୁ ଖସି ଆସିଛି। ସୁଗାର ଲେବଲ ଏତେ କମ ହେବା ତାଙ୍କ ସ୍ବାସ୍ଥ୍ଯ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ଡାକ୍ତରମାନେ କହିଛନ୍ତି।
ଏହାପୂର୍ବରୁ କେଜ୍ରିଓ୍ୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିଓ୍ୱାଲ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ସେ ମଙ୍ଗଳବାର ଜେଲରେ ତାଙ୍କ ସ୍ବାମୀଙ୍କୁ ଭେଟିବାକୁ ଯାଇଥିଲେ। ତାଙ୍କର ମଧୁମେହ ରୋଗ ଅଛି, ସୁଗାର ଲେବଲ ଭଲ ନାହିଁ, କିନ୍ତୁ ତାଙ୍କର ନିଷ୍ଠା ଦୃଢ ଅଟେ। ସେ ଜଣେ ପ୍ରକୃତ ଦେଶପ୍ରେମୀ, ନିର୍ଭୀକ ଏବଂ ସାହସୀ ବ୍ୟକ୍ତି ଅଟନ୍ତି। ତାଙ୍କୁ ଦୀର୍ଘ ଜୀବନ, ସ୍ବାସ୍ଥ୍ୟ ଏବଂ ସଫଳତା କାମନା କରୁଛି।
ସୁନୀତା କେଜରିୱାଲ କହିଛନ୍ତି, ତାଙ୍କ ସ୍ବାମୀ ମାର୍ଚ୍ଚ ୨୮ରେ ସମସ୍ତ ସତ ସହ ପ୍ରମାଣ ମଧ୍ୟ ଉପସ୍ଥାପନ କରିବେ।