ସିବିଆଇ ଡିଆଇଜି ହେଲେ ବରିଷ୍ଠ ଆଇପିଏସ ଅଫିସର ସାରା ଶର୍ମା। ୨୦୧୦ ବ୍ଯାଚ୍ ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର ସାରା ଶର୍ମାଙ୍କୁ CBIରେ ଡେପୁଟି ଇନ୍ସପେକ୍ଟର ଜେନେରାଲ (DIG) ଭାବେ ୫ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ତେବେ ଏହି ନିଯୁକ୍ତି ପୂର୍ବରୁ ସେ ସମ୍ବଲପୁରରେ ପୁଲିସ ଅଧୀକ୍ଷକ (ଭିଜିଲାନ୍ସ) ପଦବୀରେ ରହିଥିଲେ।
ସୂଚନାଯୋଗ୍ୟ ଯେ, ଗୃହ ମନ୍ତ୍ରଣାଳୟ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଅନୁମୋଦନ ପ୍ରଦାନ କରି ସାରା ଶର୍ମାଙ୍କୁ କେନ୍ଦ୍ରରେ ତୁରନ୍ତ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ଦେବାକୁ ଅନୁରୋଧ କରିଛି । ମାର୍ଚ୍ଚ ୧୨ ତାରିଖରେ ସାରା ଶର୍ମାଙ୍କ କେନ୍ଦ୍ରୀୟ ଡେପୁଟେସନକୁ ଆନୁଷ୍ଠାନିକ ରୂପ ଦିଆଯାଇ ଏକ ସରକାରୀ ଚିଠି ଜାରି ହୋଇଥିଲା। ଗତ ବର୍ଷ ମଣିପୁରରେ ହୋଇଥିବା ଜାତିଗତ ହିଂସାର CBI ତଦନ୍ତ ସମୟରେ ସାରା ଶର୍ମାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେହି ସମୟରେ ଟିମର ଏକ ଅଂଶ ଭାବରେ ସାରା ତଦନ୍ତରେ ନିଜର ବିଚକ୍ଷଣ ଦକ୍ଷତା ପ୍ରଦାନ କରିଥିଲେ।
ସାରା ଶର୍ମାଙ୍କ ସହିତ ଆଉ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ମଧ୍ୟ କରାଯାଇଛି । ଏଥିରେ DIG ପି.ମୁରୁଗନଙ୍କ କାର୍ଯ୍ୟକାଳ ଅବଧି ୧୫ ମାର୍ଚ୍ଚ ୨୦୨୭ ମସିହା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ସିବିଆଇର ପୋଲିସ ଅଧ୍ୟକ୍ଷ ବିଧ୍ରୁତ ବିକାଶଙ୍କ କାର୍ଯ୍ୟକାଳ ଅବଧି ମଧ୍ୟ ୨୦୨୫ ମସିହା ଫେବୃଆରୀ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଅଧିକ ପଢନ୍ତୁ: ରୁଷିଆ ରାଷ୍ଟ୍ରପତି ନିର୍ବାଚନ: କ୍ଷମତା ହାତେଇ ପାରନ୍ତି ପୁଟିନ!