ଦିଲ୍ଲୀ,ନଭେମ୍ବର 24 (ଖବର ଓଡ଼ିଶା):
ଆଫଗାନିସ୍ତାନର ଉତ୍ତର ବଲଖା ପ୍ରଦେଶରେ ଏୟାର ଷ୍ଟ୍ରାଇକ୍ ଯୋଗୁଁ ୬ ତାଲିବାନ୍ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଜାରି ଜିଲାରେ ଥିବା ତାଲିବାନ ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ଶିବିର ଧ୍ୱଂସ ହେବା ସହିତ ତାଲିବାନ୍ର କଣ୍ଟ୍ରୋଲ ଏବଂ କମାଣ୍ଡ ସେଣ୍ଟର ଭାଙ୍ଗିରୁଜି ଯାଇଛି। ଏଥିରେ ୪ରୁ ଅଧିକ ଆତଙ୍କବାଦୀ ଆହତ ହୋଇଥିବା ଆଫଗାନିସ୍ତାନ ଏୟାର ଫୋର୍ସ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଆଫଗାନିସ୍ତାନ ସୈନ୍ୟ ବାହିନୀ ଏବଂ ତାଲିବାନ୍ ଆତଙ୍କବାଦୀ ସଂଗଠନ ମଧ୍ୟରେ ପ୍ରାୟ ପ୍ରତିଦିନ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେଉଛି । ଏଥିରେ ବହୁ ସାଧାରଣ ଲୋକ ମୃତାହତ ହେଉଛନ୍ତି।