ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଶୀତଦିନିଆ ପ୍ରଦୂଷଣ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶୀତ ଦିନ ପୂର୍ବରୁ ପ୍ରଦୂଷଣ ସମ୍ବନ୍ଧୀୟ ନୂତନ ନିୟମାବଳୀ ଘୋଷଣା କରାଯାଇଛି। ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ସହିତ 'ୱାର୍କ ଫ୍ରମ୍ ହୋମ୍', ଦ୍ୱିଗୁଣା ପାର୍କିଂ ଶୁଳ୍କ ଏବଂ ପରିବର୍ତ୍ତିତ ସମୟସୀମା ଭଳି ନିୟମ ଲାଗୁ କରାଯିବ । ନଭେମ୍ବର ୧ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।ସରକାରଙ୍କ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଇଛନ୍ତି । ଯେପରିକି ପ୍ରଦୂଷଣକୁ ଉତ୍ସ ଯୋଗାଉଥିବା ବା ଧୂଳି ସୃଷ୍ଟି କରୁଥିବା ଭଙ୍ଗା-ରୁଜା ଏବଂ ବାହ୍ୟ ନିର୍ମାଣ କାର୍ଯ୍ୟ ବନ୍ଦ ଉପରେ କଟକଣା ରହିବ । ଏହା ନଭେମ୍ବର ୧ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଏହା ବ୍ୟତୀତ, ସେହିପରି ନଭେମ୍ବର ୧ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ସରକାରୀ ଏବଂ ଘରୋଇ ଅଫିସ୍ଗୁଡ଼ିକ କେବଳ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ବାକି ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ । ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଏହି ନିୟମରୁ ବାଦ୍ ଦିଆଯିବ।
ଡିସେମ୍ବର ୧୦ରୁ ଜାନୁଆରୀ ୨୦ ପର୍ଯ୍ୟନ୍ତ କଟକଣା ଆହୁରି କଠୋର କରାଯିବ । ପ୍ରଦୂଷଣ ଦୃଷ୍ଟିରୁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥିବାରୁ, ଏହି ସମୟ ମଧ୍ୟରେ, ନିର୍ମାଣ ସାମଗ୍ରୀ ଯଥା ବାଲି, ଗୋଡ଼ି, ସିମେଣ୍ଟ ଇତ୍ୟାଦି ପରିବହନ ଉପରେ ରୋକ ଲଗାଯିବ । ରାସ୍ତାରେ ଯାନବାହାନ ଚଳାଚଳ ଓ ଭିଡ଼ କମାଇବା ପାଇଁ ଦ୍ୱିଗୁଣା ପାର୍କିଂ ଶୁଳ୍କ ଲାଗିବ । ଏହା ଡିଜିଟାଲ୍ ଡାଟାବେସ୍ ଏନପିଆର୍ ଏବଂ 'ବାହନ' ପୋର୍ଟାଲ୍ ସହିତ ଯାଞ୍ଚ କରାଯିବ।
ବାହାରୁ ଆସୁଥିବା ଅଣ-BS-6 ଗାଡ଼ି ଉପରେ କଟକଣା ରହିବ । ନଭେମ୍ବର ୧ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ, ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ଗାଡ଼ି ଗୁଡ଼ିକ BS-6 ନିର୍ଗମନ ମାନକ ପୂରଣ କରୁନାହାନ୍ତି, ସେଗୁଡ଼ିକୁ ସହର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ସିଏନଜି (କମ୍ପ୍ରେସଡ୍ ନାଚୁରାଲ୍ ଗ୍ୟାସ୍ ), ବୈଦ୍ୟୁତିକ ଏବଂ ଜରୁରୀକାଳୀନ ସେବା ଯୋଗାଉଥିବା ଗାଡ଼ିଗୁଡ଼ିକୁ ଏଥିରୁ ଛାଡ଼ ମିଳିବ।