ଅହମ୍ମଦାବାଦ: ଗୁଜରାଟରେ ବଡ଼ଧରଣର ବିମାନ ଦୁର୍ଘଟଣା । ଅହମ୍ମଦାବାଦର ମେଘାନୀ ନଗରରେ ଏୟାରଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗସ୍ଥ ହୋଇଛି। ବିମାନ ଦୁର୍ଘଟଣାର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରେ ଦେଖାଯାଉଛି ଯେ ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଛି ।
ସମସ୍ତ ଯାତ୍ରୀ ମୃତ
ଅହମ୍ମଦାବାଦର ମେଘାନୀ ନଗରରେ ଏୟାରଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତରେ ସମସ୍ତ ଯାତ୍ରୀ ମୃତ ବୋଲି ସୂଚନା ମିଳିଛି । ଏନେଇ ଅହମ୍ମଦାବାଦର ପୋଲିସ କମିଶନର ସୂଚନା ଦେଇଛନ୍ତି।
ଡାକ୍ତରୀ ହଷ୍ଟେଲର ୫ ଛାତ୍ର ମୃତ
ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଅହମ୍ମଦାବାଦର ମେଘାଣୀ ନଗରରେ ଏକ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କୁହାଯାଉଛି ଯେ ଏହି କୋଠାଟି ବିଜେ ମେଡିକାଲ କଲେଜ ହଷ୍ଟେଲ। ଏନେଇ ଅଲ ଇଣ୍ଡିଆ ମେଡିକାଲ କଲେଜ ଆସୋସିଏସନ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି। ହଷ୍ଟେଲ ଉପରେ ବିମାନ କ୍ରାସ ହେବାରୁ ୫ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ କିଛି ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଛାତ୍ରମାନେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ହଷ୍ଟେଲ ଉପରେ ବିମାନଟି କ୍ରାସ ହୋଇ ପଡ଼ିଥିଲା।
ବିମାନରେ ଥିବା ଯାତ୍ରୀଙ୍କ ପରିଚୟ
ଏବେ ବିମାନରେ ଥିବା ଯାତ୍ରୀଙ୍କ ପରିଚୟ ମିଳିଛି। ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ଥିଲେ ୧୬୯ ଭାରତୀୟ। ୫୩ ଜଣ ବ୍ରିଟିଶ ପାସେଞ୍ଜର ଥିଲେ, ୭ ପର୍ତ୍ତୁଗୀଜ୍, ଜଣେ କାନାଡୀୟ ନାଗରିକ ଥିଲେ। ଉଦ୍ଧାର ପାଇଁ ପହଞ୍ଚିଲା ଏକାଧିକ ଆମ୍ୱୁଲାନ୍ସ।
କ୍ରାସ ପୂର୍ବରୁ ପାଇଲଟ୍ ଦେଇଥିଲେ ସିଗନାଲ୍
ବିମାନଟି ଦୁର୍ଘଟଣା ହେବା ପୂର୍ବରୁ ପାଇଲଟ ଜଣକ କ୍ରାସ୍ ହେବା ନେଇ ଏଟିଏସକୁ ସୂଚନା ଦେଇଥିଲେ । ଏହାସହ ବିପଦ ନେଇ ମଧ୍ୟ ସଙ୍କେତ ଦେଇଥିଲେ । ହେଲେ ଏହାର କିଛି ସମୟ ପରେ ହିଁ, ବିମାନଟି କ୍ରାସ୍ କରିଯାଇଥିଲା ।
ଏୟାର ଇଣ୍ଡିଆର ହେଲ୍ପଲାଇନ ନମ୍ବର
ଏୟାର ଇଣ୍ଡିଆ ଏକ ବିବୃତିରେ କହିଛି ଯେ, ଯାତ୍ରୀଙ୍କ ପରିବାର ଓ ସମ୍ପର୍କୀୟମାନେ ସୂଚନା ପାଇଁ ସମର୍ପିତ ହେଲ୍ପଲାଇନ ନମ୍ବର ୧୮୦୦ ୫୬୯୧ ୪୪୪ରେ ଯୋଗାଯୋଗ କରିପାରିବେ। ଏହା ସହିତ ଏୟାର ଇଣ୍ଡିଆ ତା’ର ଅଫିସିଆଲ ଓ୍ୱେବସାଇଟ airindia.com ଏବଂ X ହ୍ୟାଣ୍ଡେଲ ମାଧ୍ୟମରେ ନିୟମିତ ଅପଡେଟ ପ୍ରଦାନ କରୁଛି।
କେନ୍ଦ୍ର ସରକାରଙ୍କ କଣ୍ଟ୍ରୋଲ ରୁମ
ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଏକ ଅପରେସନାଲ କଣ୍ଟ୍ରୋଲ ରୁମ ସକ୍ରିୟ କରିଛି, ଯାହା ଦୁର୍ଘଟଣା ସମ୍ପର୍କିତ ସମସ୍ତ ସୂଚନା ସମନ୍ୱୟ କରୁଛି। ସହାୟତା କିମ୍ବା ସୂଚନା ପାଇଁ ନିମ୍ନଲିଖିତ ନମ୍ବରଗୁଡ଼ିକରେ ଯୋଗାଯୋଗ କରାଯାଇପାରିବ:ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଏକ ଅପରେସନାଲ କଣ୍ଟ୍ରୋଲ ରୁମ ସକ୍ରିୟ କରିଛି, ଯାହା ଦୁର୍ଘଟଣା ସମ୍ପର୍କିତ ସମସ୍ତ ସୂଚନା ସମନ୍ୱୟ କରୁଛି। ସହାୟତା କିମ୍ବା ସୂଚନା ପାଇଁ ନିମ୍ନଲିଖିତ ନମ୍ବରଗୁଡ଼ିକରେ ଯୋଗାଯୋଗ କରାଯାଇପାରିବ: ୦୧୧-୨୪୬୧୦୮୪୩
ଅହମ୍ମଦାବାଦ ଅଭିମୁଖେ ଶାହ
ଅହମ୍ମଦାବାଦ ଅଭିମୁଖେ ଶାହ। ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଅହମ୍ମଦାବାଦ ଅଭିମୁଖେ ଅମିତ୍ ଶାହ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ ମଧ୍ୟ କଥା ହେଲେ ମୋଦି। ଏହାସହ ଦୁର୍ଘଟଣା ହୋଇଥିବା ସ୍ଥାନକୁ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଯିବାକୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ଆଜି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦୁର୍ଘଟଣା ବିଷୟରେ ଜାଣି ସେ ମର୍ମାହତ ଏବଂ ଦୁଃଖିତ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅହମ୍ମଦାବାଦରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣା ବିଷୟରେ ଜାଣିବା ପରେ ମୁଁ ଗଭୀର ଭାବରେ ମର୍ମାହତ । ଏହା ଏକ ହୃଦୟ ବିଦାରକ ବିପର୍ଯ୍ୟୟ । ମୋର ଭାବନା ଏବଂ ପ୍ରାର୍ଥନା ପ୍ରଭାବିତ ଲୋକଙ୍କ ସହିତ ଅଛି । ଏହି ଅବର୍ଣ୍ଣନୀୟ ଦୁଃଖର ମୁହୂର୍ତ୍ତରେ ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି ।”