ନାଗାଲ୍ୟାଣ୍ଡରେ AFSPA ୬ ମାସ ବୃଦ୍ଧି କଲେ ନରେନ୍ଦ୍ର ମୋଦି। ଦେଶରେ ସମସ୍ତ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ନାଗାଲ୍ୟାଣ୍ଡରେ ବିଭିନ୍ନ ଜିଲ୍ଲାରେ AFSPA ର କ୍ଷମତା । AFSPA (Armed Forces Special Powers Act) ବା ସଶସ୍ତ୍ର ବାହିନୀକୁ ଦିଆଯାଇଥିବା ସ୍ୱତନ୍ତ୍ର କ୍ଷମତା। ଏହି କ୍ଷମତାକୁ ଆଉ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।
ସୂଚନା ଅନୁଯାୟୀ,ନାଗାଲ୍ୟାଣ୍ଡର ବିଭିନ୍ନ ଜିଲ୍ଲା ପାଇଁ ଏହି ନିୟମକୁ ବୃଦ୍ଧି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଗାଲ୍ୟାଣ୍ଡର ୮ ଜିଲ୍ଲା ଓ ଆଉ ୫ ଜିଲ୍ଲାର ୨୦ଟି ପୁଲିସ ଷ୍ଟେସନ ଅଞ୍ଚଳରେ AFSPA ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହି ସବୁ ସ୍ଥାନଗୁଡିକ ଅଶାନ୍ତ ଅଞ୍ଚଳ ଥିବାରୁ ସଶସ୍ତ୍ର ବାହିନୀକୁ ଦିଆଯାଇଥିବା ସ୍ୱତନ୍ତ୍ର କ୍ଷମତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ନିୟମ ଆସନ୍ତା ଏପ୍ରିଲ ୧ ତାରିଖରୁ ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖ ଯାଏ ଲାଗୁହେବ । ହତ୍ୟାକାଣ୍ଡ,ହିଂସା ଓ ବିକ୍ଷୋଭ ହେଉଥିବା ସ୍ଥାନରେ କଡା ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଅଧିକ ପଢନ୍ତୁ :ମନରେଗା ଶ୍ରମିକଙ୍କ ପାଇଁ ବଢ଼ିଲା ପାରିଶ୍ରମିକ