ସାନିଟାରୀ ଫ୍ୟାକ୍ଟିରେ ଲାଗିଲା ଭୟଙ୍କର ନିଆଁ। ଫଳରେ ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ। ତେବେ ନିଆଁ ଲାଗିବା ପରେ ଲୋକମାନେ ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ। ସ୍ଥାନୀୟ ଲୋକ ନିଆଁକୁ ଆୟତ କରିବା ପାଇଁ ଦମକଳ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନା ଅନୁସାରେ, ଭୋର ୩ଟା ସମୟରେ ହଠାତ କୌଣସି କାରଣରୁ ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଥିବା ସରାବଲୀ MIDC ରେ ଥିବା ଏକ ସାନିଟାରୀ ନାପକିନ ଫ୍ୟାକ୍ଟିରେ ନିଆଁ ଲାଗିଯାଇଥିଲା। ନିଆଁ ପରିମାଣ ଏତେ ଅଧିକା ଥିଲା ଯେ ଫ୍ୟାକ୍ଟି ଭିତରେ ଥିବା ସମସ୍ତ ଜିନିଷ ଜଳି ପୋଡି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜାଳି ଯାଇଥିଲେ ମଧ୍ୟ ଏଥିରେ କେହି ଆହତ ହୋଇନାହାନ୍ତି। ଖବରପାଇ ଘଟଣା ସ୍ଥଳରେ ଦମକଳ ଟିମ ସହିତ ଥାନେ ଏବଂ କଲ୍ୟାଣ ଡୋମ୍ବିବଲୀର ଟିମ୍ ପହଞ୍ଚି ସକାଳ ୯ଟା ସୁଦ୍ଧା ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।