ଦିଲ୍ଲୀରେ ପ୍ରବଳ ଝଡ ତୋଫାନରେ ଘରର କାନ୍ଥ ଭୁଶୁଡ଼ି ପଡିଛି । ଯାହାଫଳରେ ୮ ଜଣ ଆହତ ହୋଇଛନ୍ତି । ଖବର ପାଇ, ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଦକ୍ଷିଣ ଦିଲ୍ଲୀରେ ପ୍ରବଳ ଝଡ ତୋଫାନ ହୋଇଥିଲା । ଯାହାଫଳରେ ଦକ୍ଷିଣ ଦିଲ୍ଲୀର ଏକ ଅଞ୍ଚଳରେ ଏକ ଘରର କାନ୍ଥ ଭୁଶୁଡ଼ି ପଡିଛି । କାନ୍ଥ ଭୁଶୁଡ଼ି ୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକ ଉଦ୍ଧାରକାରୀ ଟିମକୁ ଖବର ଦେଇଥିଲେ । ଖବର ପାଇ, ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ କେହି ବି ଗୁରୁତର ଆହତ ଓ ମୃତାହତ ହୋଇନାହାନ୍ତି । ଚିକିତ୍ସା ପରେ ସମସ୍ତ ଆହତଙ୍କୁ ମେଡିକାଲ୍ରୁ ଡିସ୍ଚାର୍ଜ କରି ଦିଆଯାଇଛି ବୋଲି ସୂଚନା ମିଳିଛି । ଦକ୍ଷିଣ ଦିଲ୍ଲୀରେ ପ୍ରବଳ ବର୍ଷା ସହିତ ଝଡ ତୋଫାନ ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଗଲା ।