ବାତ୍ୟା ‘ତାଉ-ତେ’ ଭୟରେ କୋଭିଡ୍ ହସ୍ପିଟାଲରୁ ୫୮୦ କରୋନା ରୋଗୀଙ୍କୁ ସ୍ଥାନାନ୍ତର କଲା ବମ୍ବେ ମହାନଗର ନିଗମ
Khabar Odisha:580-Covid-Patients-Transferred-to-Another-Hospital-By-BMC

ମୁମ୍ବାଇ, ମେ ୧୬ (ଖବର ଓଡ଼ିଶା): ଆସୁଛି ସାମୁଦ୍ରିକ ଝଡ ‘ତାଉ-ତେ’ । ବାତ୍ୟାକୁ ନେଇ ଚାରିଆଡେ ଜାରି ହୋଇଛି ହାଇ ଆଲର୍ଟ । ଗୁରୁରାଟ ରେ ବାତ୍ୟା ଲ୍ୟାଣ୍ଡଫଲ କରିବାକୁ ଥିବା ବେଳେ ଏହା ମୁମ୍ବାଇ ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଗତି କରିବାର ସମ୍ଭାବନା ରହିଛି ତେଣୁ ମୁମ୍ବାଇ ର ଅନେକ ଅଞ୍ଚଳରେ ୬୦-୮୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ତଟବର୍ତ୍ତୀ ଅଞ୍ଚଳରେ ଥିବା କୋଭିସ୍ ହସ୍ପିଟାଲ ଗୁଡିକରୁ ରୋଗୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ସୂଚନା ଅନୁସାରେ ବହନ ମୁମ୍ବାଇ କୋଭିଡ୍ କେୟାର ସେଣ୍ଟରରୁ ପ୍ରାୟ ୫୮୦ କରୋନା ରୋଗୀଙ୍କୁ ସ୍ଥାନାନ୍ତରୀତ କରାଯାଇଛି ।

ବର୍ତମାନ ମୁମ୍ବାଇରେ ଲକ୍‌ଡାଉନ୍ ଜାରି ରହିଥିବା ବେଳେ ତଟବର୍ତ୍ତୀ ଅଞ୍ଚଳ ଗୁଡିକରୁ ଅନ୍ୟ ଲୋକ ମାନଙ୍କୁ କିପରି ସୁରକ୍ଷିତ ଭାବରେ ଅନ୍ୟତ୍ର ସ୍ତାନାନ୍ତର କରାଯିବ ସେ ନେଇ ଡିଜାଷ୍ଟର ମାନେଜମେଈ୍‌ଟ ଅଧିକାରୀ ମାନେ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।

ପାଣିପାଗ ବିଭାଗର ଆକଳନ ଅନୁଯାଇ ବାତ୍ୟା ତାଉ-ତେ ୧୮ ତାରଇକରେ ଗୁଜୁରାଟରେ ସ୍ଥଳ ଭାଗ ଛୁଇଁବ ଏବଂ ଏହାର ପ୍ରଭାବରେ ମୁମ୍ବାଇ ରେ ମଧ୍ୟ ପ୍ରବଳ ବର୍ଷା ପବନର ସମ୍ଭାବନା ରହିଛି ।

  • Tags:

Subscribe

National International State Sports Entertainment