ଗୋଟିଏ ଦିନରେ ୫୧ ହଜାର ନବନିଯୁକ୍ତିଙ୍କୁ ମିଳିଲା ଚାକିରୀ । ରୋଜଗାର କ୍ଷମଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବମ ରୋଜଗାର ମେଳା ଅଧୀନରେ ୫୧ ହଜାର ନବନିଯୁକୁ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ନିଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଲକ୍ଷ୍ୟରେ ଷଷ୍ଠ ଭୋଜଗାର ମେଳାରେ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୁବକ ଯୁବତୀ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତିପତ୍ର ବାଣ୍ଟିବା ସହିତ ସମଗ୍ର ନବନିଯୁକ୍ତିଙ୍କୁ ସୁଭେଚ୍ଛା ସହ ସମ୍ବୋଧନ ମଧ୍ୟ କରିଛନ୍ତି ।
51 ହଜାର ନିଯୁକ୍ତି ପତ୍ର ବାଣ୍ଟିବା ସହିତ ଭୋଜଗାର ମେଳାକୁ ସମ୍ବୋଧନ କରି ସମସ୍ତ ନବ ନିଜୁକ୍ତିଙ୍କୁ ଶୁଭେଚ୍ଛା ଓ ଗୁରୁମନ୍ତ୍ର ଦେଇ କହିଛନ୍ତି, “ଆଜିର ଏହି ରୋଜଗାଁର ମେଳାରେ ଯେଉଁ ଆଶାୟୀଙ୍କୁ ମନ୍ଦକାଳୀ ସେବାର ନିଯୁକ୍ତି ପତ୍ର ମିଳିଛି ସମସ୍ତଙ୍କୁ ଅନେକ ଅଭିନନ୍ଦନ । ତୁମେ ସମସ୍ତ କଠିନ ପରିଶ୍ରମ ପରେ ଏହି ସଫଳତା ହାସଲ କରିଛ । ତୁମ ଚୟନ ଲକ୍ଷ ଲକ୍ଷ ଆସାୟୀଙ୍କ ମଧ୍ୟରୁ କରାଯାଇଛି ତେଣୁ ଏହି ସଫଳତା ତୁମ ଜୀବନରେ ଅଧିକ ଗୁରୁତ୍ବପୂର୍ଣ୍ଣ ହେବେ ବୋଲି ମୁଁ ଆଶା କରୁଛି । ତୁମ ସମସ୍ତଙ୍କ ସେବା ସଂକଳ୍ପ ରାଷ୍ଟ୍ରର ଲକ୍ଷ୍ୟକୁ ସିଦ୍ଧି ଯାଏ ନେଇଯାଉ ଏହା ଆଶା କରିବ । ଆଜି ଆମ ଦେଶ ଐଳିହାସିକ ଉପଲବ୍ଧି ଏକ ନିଷ୍ପତିର ସାକ୍ଷୀ ହେଉଛି । ନାରୀ ଶକ୍ତି ବନ୍ଦନ ଅଧିନିୟନରେ ଦେଶକୁ ଶକ୍ତି ମିଳିଛି । ମହିଳା ସଂରକ୍ଷଣ ବିଲ ରେକର୍ଡ ଭୋଟ ସହ ଉଭୟ ଗୃହରେ ପାସ ହୋଇଛି । ଏହା ଏକ ଚଡ ଉପଲବ୍ଧି । ଏହି ନିର୍ଣ୍ଣୟ ଦେଶର ନୂଆ ସଂସଦର ପ୍ରଥମ ଅଧିବେଶନରେ ନିଆଯାଇଛି । ନୂଆ ସଂସଦରେ ଦେଶର ନୂଆ ଭବିଷ୍ୟତର ଆରମ୍ଭ ହୋଇଛି । ଆଜି ଏହି ରୋଜଗାର ମେଳାରେ ମ୍ୟା ଅଧିକ ସଂଖ୍ୟକ ଝିଅଙ୍କୁ ନିଯୁକ୍ତି ପତ୍ର ମିଳିଛି । ଆଜିର ନାରୀ ସ୍ପେସରୁ ନେଇ ସ୍ପୋର୍ଟ୍ସ ଯାଏ ସବୁ କୀର୍ତ୍ତିମାନ କରିଛି । ନାରୀ ଶକ୍ତିର ସଫଳତା ପାଇଁ ମୁଁ ଗର୍ବିତ । ଏହିସବୁ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଜଗାର କ୍ଷମଙ୍କୁ ଆଗକୁ ବଢିବାକୁ ମାର୍ଗ ଦେଖାଇଛନ୍ତି ।
ଅଧିକ ପଢନ୍ତୁ :୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତିପତ୍ର