ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଖେଡ଼ିୟାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରତନପୁର ଓ ଖେଡିୟା ମଧ୍ୟରେ ଏକ ଇକୋ ଗାଡ଼ି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଛି । ଫଳରେ ଇକୋ ଗାଡ଼ିରେ ଥିବା ୫ ଜଣ ଯାତ୍ରୀଙ୍କର ଦୁଃଖଦ ହୋଇଯାଇଛି ।
ଡିବାଇରୁ ନରୋରା ଅଭିମୁଖେ ଯାଉଥିବା ଏକ ଇକୋ ଭ୍ୟାନ୍ ଖେଡ଼ିୟା ନିକଟରେ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିଲା । ଇକୋ ଭ୍ୟାନରେ ଥିବା ସମସ୍ତ ବ୍ୟକ୍ତି କାସଗଞ୍ଜ ଜିଲ୍ଲାର ଦେହଲି ବୁଜୁର୍ଗ ଗ୍ରାମର ବାସିନ୍ଦା ଥିଲେ। ସେମାନେ ବେଲୋନ୍ ଦେବୀ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ। ଫେରିବା ସମୟରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସ୍ଥାନୀୟ ବାସିନ୍ଦା ଓ ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଡିବାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଗୁରୁତର ଆହତଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ମଧ୍ୟରେ ଏକ ବର୍ଷକର ଶିଶୁ କନ୍ୟା ମଧ୍ୟ ରହିଛି । ମୃତକମାନେ ହେଲେ ବର୍ଷକର ପ୍ରଗତି, ଲୋକେନ୍ଦ୍ର, ବବିତା, ରାମଦୀନ ଏବଂ ଶିବଶଙ୍କର ମିଶ୍ର । ଆହତମାନଙ୍କ ମଧ୍ୟରେ ଅଛନ୍ତି – ଲଳିତ, ପ୍ରତୀକ ଏବଂ ଅନିକା । ପୋଲିସ ସମସ୍ତ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।