ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତ ବର୍ଷ ଦଶହରା ଉତ୍ସବରେ ଏକ ଅନନ୍ୟ ଏବଂ ଚର୍ଚ୍ଚିତ ଦୃଶ୍ୟ ଦଖିବାକୁ ମିଳିବ। ଏଥର ରାମଲୀଳା ମଇଦାନରେ ଲଙ୍କାପତି ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ ପୁତ୍ତଳା ସହିତ ଏକ ବିଶାଳ 'କକ୍ରୋଚ୍' ବା ଅସରପାର ପୁତ୍ତଳା ମଧ୍ୟ ଦହନ କରାଯିବ। ପୀତମପୁରର 'ଶ୍ରୀ କେଶବ ରାମଲୀଳା ସମିତି' ପକ୍ଷରୁ ଏହି ନିଆରା ପଦକ୍ଷେପ ନିଆଯାଇଛି, ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଚାଲିଛି।
କକ୍ରୋଚ୍ ପୁତ୍ତଳା ଜଳାଇବାର ଉଦ୍ଦେଶ୍ୟ
ଆୟୋଜକଙ୍କ କହିବା ଅନୁଯାୟୀ, କକ୍ରୋଚ୍ ହେଉଛି 'ମଇଳା ଏବଂ ଅପରିଷ୍କାରପଣ'ର ପ୍ରତୀକ। ସ୍ୱଚ୍ଛ ଭାରତ ଏବଂ ସ୍ୱଚ୍ଛ ଦିଲ୍ଲୀ ଅଭିଯାନର ଏକ ଅଂଶବିଶେଷ ଭାବେ ଏହି ୩୦ ଫୁଟ ଓସାରର ପୁତ୍ତଳା ପ୍ରସ୍ତୁତ କରାଯାଇଛି। ସମିତିର ଅଧ୍ୟକ୍ଷ ତଥା ବିଧାୟକ ଅଶୋକ ଗୋୟଲ ସ୍ପଷ୍ଟ କରିଛନ୍ତି ଯେ ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ, ବରଂ ସମାଜରେ ପରିଚ୍ଛନ୍ନତାର ସନ୍ଦେଶ ଦେବା ଏବଂ ଖରାପ ଉପରେ ଭଲର ବିଜୟକୁ ଆହୁରି ମଜବୁତ କରିବା ଏହାର ମୁଖ୍ୟ ଲକ୍ଷ୍ୟ।
ରାବଣର ସେନାରେ ସାମିଲ ହେବ କକ୍ରୋଚ୍
ଏହି ବର୍ଷ ରାମଲୀଳାରେ ଅସୁରମାନଙ୍କ ମଧ୍ୟରେ ଏକ ବିଶାଳ କକ୍ରୋଚ୍ ମଧ୍ୟ ନଜର ଆସିବ। ଦର୍ଶକଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଅଭିନବ ଉପାୟ ଅବଲମ୍ବନ କରାଯାଇଛି। ତେବେ ରାଜଧାନୀରେ ଚାଲିଥିବା ବିଭିନ୍ନ ରାଜନୈତିକ ଓ ସାମାଜିକ ହଟ୍ଟଗୋଳ ମଧ୍ୟରେ ରାମଲୀଳା କମିଟିର ଏହି ନିଷ୍ପତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
Also Read: ରାହୁଲ ଗାନ୍ଧୀ ଗର୍ଭବତୀ ସାମ୍ବାଦିକାଙ୍କୁ ଦେଲେ ଧକ୍କା, ସିଜେଆଇ କହିଲେ- ହେବ ଯାଞ୍ଚ