ଦିଲ୍ଲୀ,ନଭେମ୍ବର 24 (ଖବର ଓଡ଼ିଶା):
ଭାରତ ସରକାର ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି । ଆଉ ୪୩ଟି ମୋବାଇଲ୍ ଆପକୁ ବ୍ଲକ୍ କରିଛନ୍ତି ଭାରତ ସରକାର । ସୂଚନା ପ୍ରଯୁକ୍ତି ଆଇନର ଧାରା (କ) ଅନୁସାରେ ୪୩ଟି ଆପ୍କୁ ବ୍ୟାନ୍ କରିଛନ୍ତି ଭାରତ ସରକାର । ଭାରତ ଏକତା, ଅଖଣ୍ଡତା ପ୍ରତି ବିପଦ କାରଣରୁ ଏହି ସବୁ ଆପ୍କୁ ବ୍ଲକ୍ କରାଯାଇଛି । ଏହି ବ୍ଲକ୍ ଆପ୍ ମଧ୍ୟରେ ସ୍ନାକ ଭିଡିଓ, କ୍ୟାମ୍ କାର୍ଡ, ଓ୍ବିଡେଟ୍, ରେଲା ଆଦି ଆପସ୍ ରହିଛି ।
ସୂଚନାଯୋଗ୍ୟ ପୂର୍ବରୁ ସେପ୍ଟେମ୍ବର ମାସରେ ୧୧୮ଟି ମୋବାଇଲ୍ ଆପ୍କୁ ବ୍ୟାନ୍ କରାଯାଇଥିବାବେଳେ ଜୁନ୍ ଶେଷରେ ଟିକ୍ଟକ୍, ହାଲୋ ସମେତ ୫୯ଟି ମୋବାଇଲ୍ ଆପ୍ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଥିଲେ । ସେହିପରି ଜୁଲାଇ ଶେଷରେ ୪୭ଟି ଆପ୍କୁ ଭାରତରେ ନିଷେଧ କରାଯାଇଥିଲା ।