ଓମାନର ସ୍ୱାଦି ଅଲ-କବୀର ଅଞ୍ଚଳରେ ଥିବା ଏକ ମସଜିଦରେ ଆଖବୁଜା ଫାୟାରିଂ ହୋଇଛି । ଏଥିରେ ପ୍ରାୟ ୟ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏନେଇ ରୟାଲ ଓମାନ ପୋଲିସ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ସ୍ୱାଦି ଅଲ-କବୀରର ସହରରେ ମସଜିଦ୍ ନିକଟରେ ଦୁର୍ବୃତ୍ତମାନେ ଅତର୍କିତ ଗୁଳିମାଡ଼ କରି ଫେରାର୍ ହୋଇଯାଇଛନ୍ତି । ଏଥୁରରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ମୃତଦେହ ଗୁଡ଼ିକୁ ଜବତ କରି ସେମାନଙ୍କ ପରିବାର ସମବେଦନା ଜଣାଇଛି ପୋଲିସ । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଓମାନର ଏହି ଅଞ୍ଚଳ ଆରବ ସାଗରର ତଟବର୍ତ୍ତୀ ଅଞ୍ଚଳରେ ଲାଗିଛି ।ଏନେଇ ଖବର ପାଇବା ପରେ ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି । ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ୍ ଜାରି ଜାରି ରହିଛି ।