ଇନ୍ଦୋରରେ ଏକ ୩ ବର୍ଷୀୟ ଝିଅକୁ ଦିଆଗଲା ସନ୍ଥରା (ସମାଧୀ)। କୁନି ଝିଅଟି ବ୍ରେନ ଟ୍ୟୁମରରେ ପୀଡ଼ିତ ଥିବା ବେଳେ ମୁମ୍ବାଇରେ ତାର ଚିକିତ୍ସା ଚାଲିଥିଲା। ତେବେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିବା ପରେ ଶେଷରେ ପିତା ମାତା ଏଭଳି ଚରମ ନିଷ୍ପତି ନେଇଥିଲେ। ଜୈନ ମୁନିଙ୍କ ପରାମର୍ଶରେ ୨୧ ମାର୍ଚ୍ଚରେ ସନ୍ଥରା ଦିଆଯାଇଥିଲା, ଯାହାର କିଛି ମିନିଟ୍ ପରେ କୁନି ଝିଅର ମୃତ୍ୟୁ ହୋଇଥିଲା।
ସୂଚନା ମୁତାବିକ, ଧାର୍ମିକ କାର୍ଯ୍ୟର ଶେଷ ହେବାର ମାତ୍ର କେଇ ମିନିଟ୍ ମଧ୍ୟରେ କୁନି ଝିଅର ମୃତ୍ୟୁ ଘଟିଛି। ଏଥିପାଇଁ ଜୈନ ସମ୍ପ୍ରଦାୟ ପକ୍ଷରୁ ତା’ର ମାତା ପିତାଙ୍କୁ ସମ୍ମାନିତ କରାଯାଇଛି। ଜୈନ ସମ୍ପ୍ରଦାୟରେ ଏତେ କମ୍ ବୟସରେ ସନ୍ଥରା କରିବାର ଏହା ପ୍ରଥମ ଘଟଣା ବୋଲି ଦାବି କରାଯାଇଛି। ଏହି କାରଣରୁ, ଏହାକୁ 'ଗୋଲ୍ଡେନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ'ରେ ମଧ୍ୟ ରେକର୍ଡ କରାଯାଇଛି।
ମୃତ କୁନି ଝିଅର ବାପା-ମା ଉଭୟେ ହେଉଛନ୍ତି ବୃତିଗତ ଭାବେ ଆଇଟି (ସପ୍ଟୱେୟାର)ର। ଝିଅର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଉଭୟେ ବେଶ୍ ଚିନ୍ତାରେ ରହୁଥିଲେ। ବାପା-ମାଙ୍କ କହିବାନୁୟାୟୀ ମୃତ ଶିଶୁ ଭିୟାନା ସେମାନଙ୍କ ଏକମାତ୍ର ଶିଶୁକନ୍ୟା ଥିଲା। ଗତବର୍ଷ ଡିସେମ୍ବରରେ ତାକୁ ବ୍ରେନ ଟ୍ୟୁବର ହୋଇଥିଲା। ପ୍ରଥମେ ଇନ୍ଦୋରରେ ଚିକିତ୍ସା କରିବା ପରେ ମୁମ୍ବାଇରେ ଅସ୍ତ୍ରୋପଚାର କରାଯାଇଥିଲା, ହେଲେ କୁନି ଝିଅର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଦେଖାଗଲା ନାହିଁ ବରଂ ଆହୁରି ଦିନକୁ ଦିନ ସଙ୍କଟ ବଢୁଥିଲା। ଏଭଳି ସ୍ଥିତିରେ ବାପା-ମା ଉଭୟେ ଦେଢ଼ ମାସ ପୂର୍ବେ (୨୧ ମାର୍ଚ୍ଚ ୨୦୨୫ ରେ), ତାଙ୍କୁ ଆଧ୍ୟାତ୍ମିକ ସଂକଳ୍ପ ଅଭିଗ୍ରହ ଧାରକ ରାଜେଶ ମୁନି ମହାରାଜଙ୍କୁ ଭେଟିବା ପାଇଁ ଇନ୍ଦୋର ନେଇଥିଲେ। ଗୁରୁଜୀ ଝିଅର ଅବସ୍ଥା ଜାଣି ତାଙ୍କୁ ସନ୍ଥରା ନେବାକୁ ପରାମର୍ଶ ଦେଇଥିଲେ। ଏହାପରେ ପରିବାର ସହିତ ଆଲୋଚନା ପରେ ସମସ୍ତଙ୍କ ସମ୍ମତି ନେଇ ବାପା-ମା ଏହି ନିଷ୍ପତି ନେଇଥିଲେ।
ସନ୍ଥାର ରୀତିନୀତି ଅଧ ଘଣ୍ଟା ଧରି ଚାଲିଥିଲା। ଏହାର ମାତ୍ର ୧୦ ମିନିଟ୍ ପରେ, ଝିଅଟି ତା'ର ଜୀବନ ଦେଲା। ଗୋଟିଏ ପଟେ, ଆମର ଆତ୍ମସନ୍ତୋଷ ଥିଲା ଏବଂ ଅନ୍ୟପଟେ, ଆମର ଏକମାତ୍ର ନିଷ୍ପାପ ସନ୍ତାନଠାରୁ ବିଚ୍ଛେଦର ଯନ୍ତ୍ରଣା ଥିବା କହିଛନ୍ତି ମୃତ କୁନି ଝିଅର ବାପା-ମା। ତେବେ ଜୈନ ସମାଜରେ ସନ୍ଥରାର ବହୁତ ଗୁରୁତ୍ୱ ଅଛି। ଏହା ଏଭଳି ଏକ ଏକ ପ୍ରକିୟା, ଯାହାଦ୍ୱାରା ମନ୍ତ୍ର ଉଚ୍ଚାରଣ ଓ ବିଧିବିଧାନ ପରେ ସମାଧି ଦିଆଯାଏ ।