ମଧ୍ୟପ୍ରଦେଶରେ ଘଟିଛି ସଡ଼କ ଦୁର୍ଘଟଣା । ଭାରସ୍ୟାମ ହରାଇ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ ପ୍ରାୟ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରିଥିଲା ।
ସୂଚନା ଅନୁସାରେ, ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ଭାରସ୍ୟାମ ହରାଇ ଏକ ଯାତ୍ରୀବାହୀ ବସ ଓଲଟି ପଡିଥିଲା । ଯାତ୍ରୀବାହୀ ବସଟି ଯାତ୍ରୀଙ୍କୁ ନେଇ ମଧ୍ୟପ୍ରଦେଶ ଗ୍ବାଲିଅରରୁ ରାଜସ୍ଥାନ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲା । ଏହି ଦୁର୍ଘଟଣାରେ ବସରେ ଯାତ୍ରା କରୁଥିବା ପ୍ରାୟ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣାର ଖବର ପାଇ, ଉଦ୍ଧାରକାରୀ ଟିମ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଏହି ଦୁର୍ଘଟଣା ଘଟିବାର ତଦନ୍ତ କରିଥିଲା । ବସ ଚାଳକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା