ବୋଲ ମାନୁନି କରୋନା, ୧୦ ମନ୍ତ୍ରୀଙ୍କ ସହ ୨୦ରୁ ଅଧିକ ବିଧାୟକ ସଂକ୍ରମିତ
Khabar Odisha:10-ministers-and-more-than-20-legislators-are-infected
ନୂଆଦିଲ୍ଲୀ, ଜାନୁଆରୀ ୦୧(ଖବର ଓଡିଶା):

ମହାରାଷ୍ଟ୍ରରେ ବୋଲ ମାନୁନି କରୋନା । କରୋନା ସଂକ୍ରମଣ ମାମଲା ହୁ ହୁ ହୋଇ ବଢିବାରେ ଲାଗିଛି । ଏବେ ସୁଦ୍ଧା ରାଜ୍ୟରେ ୧୦ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୂଚନା ଦେଇଛନ୍ତି । 

ସେ କହିଛନ୍ତି ଯେ, ଯଦି ମାମଲା ନ କମେ ତେବେ ବଡ ପଦକ୍ଷେପ ନେବାକୁ ପଡିବ । ଶୁକ୍ରବାର ରାଜ୍ୟରେ ୮୦୬୭ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଯାହା ଗୁରୁବାର ତୁଶନାରେ ୫୦ ପ୍ରତିଶତ ଅଧିକ ଅଟେ । ସଂକ୍ରମଣ ରୋକିବାକୁ ବିଧାନସଭା ଅଧିବେସନକୁ କାଣ୍ଟଛାଟ କରାଯାଇଛି ।

ସେହିପରି ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରେ ମାମଲା ବଢିବାରେ ଲାଗିଛି । ତେବେ ଉପମୁଖ୍ୟମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ନୂଆବର୍ଷକୁ ସମସ୍ତେ ହସ ଖୁସିରେ ପାଳନ କରିବାକୁ ଚାହାନ୍ତି । ତେବେ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ଯଦି ସଂକ୍ରମିତଙ୍କ ସଂଖ୍ୟା ବଢେ ତେବେ କଡାକଡି ଭାବେ କଟକଣା ଲାଗୁ କରାଯିବ ।

  • Tags:

Subscribe

National International State Sports Entertainment