ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ସେଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଦ୍ରୁତ ଗତିରେ ଆସୁଥିବା ଏକ ଡିସିଏମ ଗାଡ଼ି ଅଟୋକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଛନ୍ତି । ପୁଲିସ ଦୁର୍ଘଟଣା ସ୍ଥଳରେ ପହଁଚି ଯାଞ୍ଚ ଆରମ୍ଭ କରିଛି ।
ହରଦୋଇ ଜିଲ୍ଲାର ବିଲଗ୍ରାମ ନିକଟସ୍ଥ କଟରା-ବିହ୍ଲୋର ଜାତୀୟ ରାଜପଥ ନିକରେ ଡିସିଏମ୍ ଏବଂ ଅଟୋ ମୁହାଁମହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତଙ୍କ ମଧ୍ୟରେ ୨ଜଣ ପିଲା, ୬ ଜଣ ମହିଳା, ଜଣେ ପୁରୁଷ ଏବଂ ଜଣେ ଯୁବତୀ ଥିଲେ । ସମସ୍ତେ ଅଟୋରେ ଯାତ୍ରା କରୁଥିଲେ ।
ପ୍ରକାଶ ଥାଉକି, ଗତ ୨ ତାରିଖ ଦିନ ଉତ୍ତର ପ୍ରଦେଶର ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ସାଙ୍ଗଙ୍କର ମୃତ୍ୟୁ ହୋଇଥିଲା । ସମସ୍ତେ ଗୋଟିଏ କାରରେ ଜନ୍ମ ଦିନ ପାଳନ କରିବାକୁ ଯାଉଥିବାବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ । ଗୋଟିଏ ବୁଲା ଷଷ୍ଢ ସହିତ କାରଟି ଧକ୍କା ହୋଇ ଗଛରେ ପିଟି ହୋଇଯାଇଥିଲା ।